Home Coronavirus Outbreak କୋଭିଡ୍ -୧୯ ପାଇଁ Roche/Regeneron ଔଷଧକୁ ଭାରତର ମିଳିଲା ମଞ୍ଜୁରୀ

କୋଭିଡ୍ -୧୯ ପାଇଁ Roche/Regeneron ଔଷଧକୁ ଭାରତର ମିଳିଲା ମଞ୍ଜୁରୀ

23

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ଫାର୍ମା ପ୍ରମୁଖ ରୋଚେ ଏବଂ ରେଜେନେରନ୍ କୁ ବୁଧବାର ଦିନ, ଏହାର ଆଣ୍ଟିବଡ଼ି ଔଷଧ କାସିରିଭିମାବ ଏବଂ ଇମ୍ଡେଭିମାବ ପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ (CDSCO) ରୁ ଜରୁରୀକାଳୀନ ବ୍ୟବହାର ପାଇଁ (EUA) ଏମରଜିନ୍ସି ୟୁଜ୍‌ ଅଥୋରାଇଜେସନ୍‌ ମିଳିଛି।

ଯୁକ୍ତରାଷ୍ଟ୍ରରେ EUA ପାଇଁ ଦାଖଲ ହୋଇଥିବା ତଥ୍ୟ ଏବଂ ୟୁରୋପୀୟ ୟୁନିଅନର, କମିଟି ଫର୍ ମେଡିସିନ୍ ପ୍ରଡକ୍ଟ ଫର ହ୍ୟୁମାନ ୟୁଜ୍‌ (CHMP) ର ବୈଜ୍ଞାନିକଙ୍କ ମତ ଉପରେ ଏହି ଅନୁମୋଦନ କରାଯାଇଛି।

ଏହି ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ EUA ବର୍ତ୍ତମାନ ରୋଚେକୁ ବିଶ୍ୱରେ ଉତ୍ପାଦିତ ଉତ୍ପାଦ ବ୍ୟାଚ୍ ଭାରତକୁ ଆମଦାନୀ କରିବାକୁ ସକ୍ଷମ କରିବ ଏବଂ ସିପ୍ଲା ଲିମିଟେଡ୍ ସହିତ ରଣନୀତିକ ଭାଗିଦାରୀ ମାଧ୍ୟମରେ ଭାରତରେ ଏହାକୁ ବିତରଣ କରାଯିବ ବୋଲି ମୁମ୍ବାଇରେ ଜାରି ଏକ ପ୍ରେସ ବିବୃତ୍ତିରେ କପହାଯାଇଛି।

ବୟସ୍କ ଏବଂ ଶିଶୁ ରୋଗୀ (୧୨ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ, ଓଜନ ଅତି କମରେ ୪୦ କିଲୋଗ୍ରାମ) ରେ ସାମାନ୍ୟରୁ ମଧ୍ୟମ କୋଭିଡ -୧୯ ର ଚିକିତ୍ସା ପାଇଁ ଆଣ୍ଟିବଡି କକଟେଲ (କ୍ୟାସିରିଭିମାବ ଏବଂ ଇମ୍ଡେଭିମାବ) ଦିଆଯିବା ଉଚିତ ଯିଏକି SARS- COV2 ଦ୍ୱାରା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଯେଉଁମାନଙ୍କୁ ଗୁରୁତର Covid-19 ରୋଗ ହେବାର ଆଶଙ୍କା ଅଧିକ ଅଛି ସେମାନଙ୍କ ଚିକିତ୍ସା ପାଇଁ ଏହା ଫଳପ୍ରଦ ହେବ ବୋଲି ବିଶ୍ୱାସ କରାଯାଉଛି। ଏଥିରେ କୁହାଯାଇଛିଯେ, ସେମାନଙ୍କ ଅବସ୍ଥା ଖରାପ ହେବା ପୂର୍ବରୁ ଏହା ଏହି ବିପଦପୂର୍ଣ୍ଣ ରୋଗୀଙ୍କୁ ଯଥେଷ୍ଟ ସାହାଯ୍ୟ କରିପାରେ।

‘ଭାରତରେ କୋଭିଡ -୧୯ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହିତ ହସ୍ପିଟାଲରେ ଭର୍ତ୍ତି ହେବା ତଥା ସ୍ୱାସ୍ଥ୍ୟସେବା ଉପରେ ଚାପକୁ ହ୍ରାସ କରିବା ପାଇଁ ରୋଚେ ପ୍ରତିବଦ୍ଧ। ରୋଚେ ଫାର୍ମା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭି ସିମ୍ପସନ୍ ଇମାନୁଏଲ୍ କହିଛନ୍ତି ଯେ, କ୍ୟାସିରିଭିମାବ ଏବଂ ଇମ୍ଡେଭିମାବ ପରି ଆଣ୍ଟିବଡି କକଟେଲଗୁଡିକ କୋଭିଡ -୧୯ ବିରୋଧରେ ଲଢ଼ିବାରେ ଏବଂ ଉଚ୍ଚ ବିପଦଜନକ ରୋଗୀଙ୍କ ଚିକିତ୍ସାରେ ଏକ ଭୂମିକା ଗ୍ରହଣ କରିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.