Odiapua.com

ମୋବାଇଲ୍ ବିଜି ରହିବାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଇ ସ୍ତ୍ରୀର ହାତ କାଟିଦେଲା ସ୍ୱାମୀ

ଭୁବନେଶ୍ୱର: ଛତିଶଗଡ଼ ଯଶପୁର ଜିଲ୍ଲା ଅନ୍ତର୍ଗତ ବଗିଚା ଷ୍ଟେସନ ଅଞ୍ଚଳରେ କରୋନା ସନ୍ଦିଗ୍ଧଙ୍କ ପାଇଁ କ୍ୱାରାଣ୍ଟିନ୍ ସେଣ୍ଟରରେ ଏକ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି। କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାତ ଡେଇଁ ଜଣେ କରୋନା ସନ୍ଦିଗ୍ଧ ଖସି ପଳାଇ ଯାଇଥିଲେ। ଯେତେବେଳେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ ହେଲା, ଦେଖାଗଲା ଯେ ସେ ଯାଇ ତାଙ୍କ ପତ୍ନୀଙ୍କ ହାତ କାଟି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରୁ ନିଜ ଗାଁକୁ ଫେରିବା ପରେ ଏହି ପ୍ରବାସୀ ଶ୍ରମିକ ଲଲିତ ରାମଙ୍କୁ ତାଙ୍କ ଗାଁ’ ନିକଟ ରଙ୍ଗପୁରରେ ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖା ଯାଇଥିଲା। ତେବେ ସେଠାରୁ ସେ ତାଙ୍କ ପତ୍ନୀଙ୍କୁ ଫୋନ୍ କରିବାରେ ମୋବାଇଲ୍ ଅଧିକାଂଶ ସମୟ ବିଜି (ବ୍ୟସ୍ତ) ରହୁଥିଲା। ଯାହା ତାଙ୍କୁ ତାଙ୍କ ପତ୍ନୀଙ୍କ ଚରିତ୍ର ପ୍ରତି ସନ୍ଦେହ ସୃଷ୍ଟି କରାଇଥିଲା। ବୁଧବାର ଏବଂ ଗୁରୁବାର ମଧ୍ୟ ରାତ୍ରିରେ ଲଲିତ ରାମ
କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାତରୁ ଡେଇଁ ଖସି ଯାଇ ତାଙ୍କ ଘରେ ପହଞ୍ଚିଥିଲେ। ଦେଖିଲା ବେଳକୁ ପତ୍ନୀ କାହା ସହିତ ମୋବାଇଲରେ କଥା ହେଉଥିଲେ। ସ୍ୱାମୀ ଜଣଙ୍କ କ୍ରୋଧିତ ହୋଇ ଯାଇଥିଲେ ଏବଂ ତା’ ପରେ ଏକ ତୀକ୍ଷ୍ଣ ଅସ୍ତ୍ରରେ ପତ୍ନୀ ପର୍ମୁନି ବାଇଙ୍କ ହାତ କାଟି ଅଲଗା କରି ଦେଇଥିଲେ। ପୋଲିସ୍ ଅଭିଯୁକ୍ତ ସ୍ୱାମୀ ଲଲିତଙ୍କୁ ଗିରଫ କରିଛି। /-ଦେବଦତ୍ତ ରଥ

ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର – ହଁ ରେ ହଁ ମାର, ନହେଲେ ତଡ଼ା ଖାଅ