Odiapua.com

ସହିଦ ହେମନ୍ତ କରକରେଙ୍କୁ କହିଥିଲେ ସାଧ୍ଵୀ ପ୍ରଜ୍ଞା; ତୁମର ସର୍ବନାଶ ହେବ!

ଭୋପାଳ:ଭୋପାଳ ଲୋକସଭା ଆସନରୁ ବିଜେପି ପକ୍ଷରୁ ପାର୍ଥି ହୋଇଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୁର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।୨୬/୧୧, ୨୦୦୮ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ଏଟିଏସ (ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ) ଅଫିସର ହେମନ୍ତ କରକରେଙ୍କ ଉଦ୍ଦେଶ୍ୟରେ ପ୍ରଜ୍ଞା କହିଛନ୍ତି, ସେ ତାଙ୍କୁ କହିଥିଲେ ତୁମର ସର୍ବନାଶ ହେବ।ଏବଂ ହେଲା ମଧ୍ୟ।ପୂରାଣର କୃଷ୍ଣ ଏବଂ କଂସ ଉଦାହରଣ ଦେଇ କଂଗ୍ରେସ ଅଧର୍ମରେ ଥିବା ସେ କହିଛନ୍ତି।୨୦୦୮ରେ ଷଡ଼ଯନ୍ତ୍ର କରାଯାଇ ସାଧୁସନ୍ଥଙ୍କୁ ଜେଲରେ ଭର୍ତ୍ତି କରାଗଲା।ମାଲେଗାଓଁ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଥାଇ ଜେଲରେ ଥିବା ସମୟରେ କରକରେ ତାଙ୍କୁ ଖୁବ୍ ନିର୍ଯ୍ୟାତନା ଦେବା ସହ ଅତ୍ୟନ୍ତ ଅଭଦ୍ର ଗାଳି କରିଥିଲେ ଯାହା ଅସହ୍ୟ ଥିଲା ବୋଲି କହିଛନ୍ତି ପ୍ରଜ୍ଞା ଠାକୁର।ପ୍ରଜ୍ଞା ସିଂ ଠାକୁରଙ୍କର ଏପରି ମନ୍ତବ୍ୟକୁ ନେଇ ରାଜନୀତିରେ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି।//ଦେବଦତ୍ତ

ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ

ଷ୍ଟେଜ ଉପରେ ହାର୍ଦ୍ଧିକ ପଟେଲଙ୍କୁ ଚାପୁଡ଼ା!