Odiapua.com

ଲଘୁଚାପ ବର୍ଷା, ଆଜି ପାଇଁ ଏହି ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ – ପ୍ରବଳ ବର୍ଷିବ – ସତର୍କ ରୁହନ୍ତୁ

ଭୁବନେଶ୍ୱର ୧୨-୬ (ଓଡ଼ିଆ ପୁଅ) ଗତକଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଓଡ଼ିଶା ଉପକୂଳ ଏବଂ ଗାଙ୍ଗେୟ ଉପତ୍ୟକା ସମେତ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ନିମ୍ନଚାପ ଅଞ୍ଚଳ ସୃଷ୍ଟି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏବଂ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଓଡିଶା ଉପର ଦେଇ ଗତି କରିବ। ଏହା ଫଳରେ ଆଜି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ କେନ୍ଦ୍ର ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ, ଅନୁଗୁଳ ଜିଲ୍ଲାଗୁଡ଼ିକ ପାଇଁ ଆସନ୍ତା କାଲି ପାଇଁ ରେଡ ଆଲର୍ଟ ଜାରୀ କରିଛି। ଏହି ଜିଲ୍ଲାଗୁଡ଼ିକରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ବର୍ଷା ପାଣି ଭରିଯିବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ସ୍ଥାନୀୟ ବନ୍ୟା ହେବାର ମଧ୍ୟ ଚେତାବନୀ ଦେଇଛି ବିଭାଗ। ଅସୁରକ୍ଷିତ କୋଠା ପାଇଁ ସତର୍କ ରହିବାକୁ କୁହାଯାଇଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହ କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ, ପନିପରିବାର କ୍ଷତି ହେବାର ସମ୍ଭାବନା ଅଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି।

ଆସନ୍ତା କାଲି ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୁଆପଡା, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ଏହା ବ୍ୟତୀତ ସହରାଞ୍ଚଳରେ ଜଳମଗ୍ନଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖଯିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହ କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ, ପନିପରିବାର କ୍ଷତି ହେବାର ସମ୍ଭାବନା ଅଛି।

ଅପର ପକ୍ଷରେ ଆସନ୍ତା କାଲି ପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।