Odiapua.com

ଷ୍ଟେଜ ଉପରେ ହାର୍ଦ୍ଧିକ ପଟେଲଙ୍କୁ ଚାପୁଡ଼ା!

ସୁରଟ: ଗୁଜୁରାଟର ସୁରେନ୍ଦ୍ରନଗରରେ ଏକ ଜନସଭାରେ ଭାଷଣ ଦେଉଥିବା ବେଳେ ପାଟିଦାର ତଥା କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ କେହି ଜଣେ ବ୍ୟକ୍ତି ଷ୍ଟେଜ୍ ଉପରେ ଚଢ଼ି ଚାପୁଡ଼ା ମାରିଛି।ଏହାପରେ ହାର୍ଦ୍ଧିକଙ୍କ ସମର୍ଥକ ସଂପୃକ୍ତ ବ୍ୟକ୍ତଙ୍କୁ ଧରି ଖୁବ୍ ମାରପିଟ କରିଥିଲେ।ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରିଛି।ଏହାକୁ ନେଇ ହାର୍ଦ୍ଧିକ ପଟେଲ ବିଜେପିକୁ ଦୋଷାରୋପ କରିବା ସହ ତାଙ୍କୁ ମାରିଦେବାକୁ ଯୋଜନା ହୋଇଥିବା କହିଛନ୍ତି।ଏ’ ନେଇ ହାର୍ଦ୍ଧିକ ଥାନାରେ ଏଫଆଇଆର କରିବେ ବୋଲି ଜଣାପଡ଼ିଛି।//ଦେବଦତ୍ତ

ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ