Home ଓଡ଼ିଶା ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

132

– ଚାର୍ଜର କିମ୍ବା ଚାର୍ଜିଂ ଷ୍ଟେସନ ଉପରୁ ଜିଏସଟି ହାର ୧୮ରୁ ୫ ପ୍ରତିଶତକୁ ହ୍ରାସ
– ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ ଗୁଡିକ ଜିଏସଟିରୁ ମୁକ୍ତ ହେବେ
– ପରିବର୍ତିତ ଜିଏସଟି ମୂଲ୍ୟ ଅଗଷ୍ଟ ୧, ୨୦୧୯ରୁ ଲାଗୁ ହେବ

ନୂଆଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ୱ ସଚିବ ଶ୍ରୀ ଅଜୟ ଭୂଷଣ ପାଣ୍ଡେ ଏବଂ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପରିଷଦ ନିମ୍ନଲିଖିତ ସୁପାରିଶ ପ୍ରଦାନ କରିଛି:

କ) ଦ୍ରବ୍ୟ ଓ ସେବାର ଯୋଗାଣ ଉପରେ ଜିଏସଟି ହାର ଲାଗୁ ଜନିତ ପରିବର୍ତ୍ତନ

୧) ସମସ୍ତ ବୈଦ୍ୟୁତିକ ଯାନ ଉପରେ ଲାଗୁ ଜିଏସଟି ହାରରେ ୧୨ରୁ ୫ ପ୍ରତିଶତ ହ୍ରାସ।

୨) ବୈଦ୍ୟୁତିକ ଯାନର ଚାର୍ଜର ଓ ଚାର୍ଜିଂ ଷ୍ଟେସନ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ।

୩) ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ (୧୨ରୁ ଅଧିକ ଯାତ୍ରୀ ବହନ କରୁଥିବା କ୍ଷମତା ବିଶିଷ୍ଟ)ଗୁଡ଼ିକୁ ଜିଏସଟିରୁ ମୁକ୍ତ କରାଯିବ।

୪) ଏହି ପରିବର୍ତ୍ତନ ଅଗଷ୍ଟ ୧, ୨୦୧୯ରୁ ଲାଗୁ କରାଯିବ।

ଖ. ଜିଏସଟି ଆଇନରେ ପରିବର୍ତ୍ତନ

୧) ୭.୦୩. ୨୦୧୯ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ନଂ.୨/୨୦୧୯-କେନ୍ଦ୍ରୀୟ ରାଜସ୍ୱ (ହାର) ଅନୁଯାୟୀ କର ଦେୟ ସୁବିଧା ଉପଲବ୍ଧ କରିବା ପାଇଁ ଫର୍ମ ଜିଏସଟି ସିଏମପି-୦୨ ପୁରଣ କରି ଆବେଦନ କରିବାର ତାରିଖକୁ ୩୧.୦୭.୨୦୧୯ରୁ ୩୦.୦୯.୨୦୧୯କୁ ବୃଦ୍ଧି କରାଯାଇଛି।

୨) ୨୦୧୯ ଏପ୍ରିଲରୁ ୨୦୧୯ ଜୁନ ପର୍ଯ୍ୟନ୍ତ ଏହି ୪ ମାସ ପାଇଁ କର ଦେୟ ସମ୍ବନ୍ଧୀୟ ସମସ୍ତ ସୂଚନା ଫର୍ମ ଜିଏସଟି ସିଏମପି-୦୮ରେ ପ୍ରଦାନ ନିମନ୍ତେ ସମୟ ସୀମା ୩୧.୭.୨୦୧୯ରୁ ୩୧.୮. ୨୦୧୯କୁ ବୃଦ୍ଧି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.