ଭୁବନେଶ୍ୱର:ବାତ୍ୟା ଫୁନି ପୂର୍ବ ଉପକୂଳବର୍ତ୍ତି ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବ୍ୟପାକ କ୍ଷୟକ୍ଷତି କରାଇଛି।କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି।କେନ୍ଦ୍ର ସରକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି।ଚାଉଳ, ଗହମ, ପଲିଥିନ, ୨୦୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଆଦି ପରେ ଭାଙ୍ଗି ଯାଇଥିବା ଘର ଗୁଡ଼ିକର ମରାମତି ପାଇଁ କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ଚିହ୍ନଟ କରାଯାଉଛି।କିଏ ସଂପୂର୍ଣ୍ଣ ଏବଂ କିଏ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ସେଗୁଡ଼ିକ ଚିହ୍ନଟ କରାଯାଉଛି।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

ସରକାରୀ ବ୍ୟାଙ୍କରେ ଜମାକର ସାଇବାବାଙ୍କୁ ଦାନ ଖୁଚୁରା : ଆରବିଆଇ

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ପଞ୍ଚାୟତରେ ୩୦ଟି ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ ତରଫରୁ ଚିହ୍ନଟ କରାଯାଇଥିବା ସୂଚନା ମିଳୁଛି।କିନ୍ତୁ ଏଥିରେ ବ୍ରାହ୍ମଣ ସାହିର ସୁଶୀଲ କୁମାର ରଥଙ୍କର ନାମ ନାହିଁ।ଯେତେବେଳେ କି ତାଙ୍କ ଘରର ଆଜବେଷ୍ଟ ସଂପୂର୍ଣ୍ଣ ଉଡ଼ି ଯାଇଛି।ସେ ଏବେ ଘର ଉପରେ ପଲିଥିନ ପକାଇ କଷ୍ଟେମଷ୍ଟେ ଚଳୁଛନ୍ତି।ତେବେ କେଉଁ ଆଧାରରେ ତାଙ୍କ ନାମ ପ୍ରଭାବିତ ପରିବାର ଲିଷ୍ଟ ଭିତରେ ନାହିଁ ଏବଂ ଏହି ଚୟନ କେଉଁ ଆଧାରରେ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।//ଦେବଦତ୍ତ