ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) କନିଷ୍ଠ ସହକର୍ମୀଙ୍କ ସହ ଯୌନନିର୍ଯାତନା ଅଭିଯୋଗରେ ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଗୋଆ ଜିଲ୍ଲା ଏବଂ ସେସନ୍ସ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନାଯୋଗ୍ୟଯେ, ୨୦୧୩ ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲର ଲିଫ୍ଟ ଭିତରେ ଜଣେ ମହିଳା ସହକର୍ମୀଙ୍କ ସହ ଯୌନ ନିର୍ଯାତନା ଅଭିଯୋଗରେ ତରୁଣଙ୍କୁ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।
ତେବେ ତରୁଣ ତେଜପାଲଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗରୁ ସେ ଏବଂ ଦୋଷମୁକ୍ତ ହୋଇଛନ୍ତି।