Odiapua.com

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡା: ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ (ଏଆଇଏମଏସ) ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏଆଇଏମଏସରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ରବିବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂଙ୍କୁ ଏଆଇଏମଏସ ଅଣାଯାଇଥିଲା। ଏହାପରେ ମନମୋହନ ସିଂଙ୍କୁ ରାତି ୮:୪୫ ସମୟରେ ଏଆଇଏମଏସର କାର୍ଡିଓ ଥୋରାସିକ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି।

ପୂର୍ବରୁ ୮୭ ବର୍ଷ ବୟସ୍କ ଡା: ମନମୋହନ ସିଂହଙ୍କର ୧୯୯୦ ଏବଂ ୨୦୦୯ ମସିହାରେ ଦୁଇ ଦୁଇଟି ବାଇପାସ୍ ହାର୍ଟ ସର୍ଜରୀ ହୋଇସାରିଛି। ତାଙ୍କର ମଧୁମେହ (ଡାଇବେଟିସ୍) ମଧ୍ୟ ରହିଛି। ତେବେ, ମନମୋହନ ସିଂଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ଚିନ୍ତା କରିବାର କିଛି ନାହିଁ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ବର୍ତ୍ତମାନ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି। /-ଦେବଦତ୍ତ ରଥ

ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ