ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ପ୍ରାୟ ୧୨ ଟି ହୋଟେଲ ଓ ରେସ୍ତୋରାଁରେ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି। ଖାଦ୍ୟ ଅନୁପୋଯୋଗୀ ୧୫ କିଲୋ ବାସି ଖାଦ୍ୟକୁ ଜବତ କରି ଏହି ଟିମ ନଷ୍ଟ କରିଛନ୍ତି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୧୧, ୦୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ କିଛି ହୋଟେଲକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଏହି ଟିମ୍ରେ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଅଶୋକ ସିଠ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଭ୍ରମରବର ଜେନା, ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।