ଅଯୋଧ୍ୟା;୦୬,ନଭେମ୍ବର:ଦୀପାବଳୀ ପର୍ବ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଯୋଗ ଦେଇ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରହିଲା ବୋଲି ଘୋଷଣା କରିଛନ୍ତି।ଏହା ସହ ସେଠାରେ ଏକ ବିମାନ ବନ୍ଦର ନିର୍ମାଣ କରାଯିବାର ଏବଂ ତା’ ନାମ ମଧ୍ୟ ଭଗବାନ ରାମଙ୍କ ଅନୁଯାୟୀ ନାମିତ ହେବ ବୋଲି ଯୋଗୀ ଘୋଷଣା କରିଛନ୍ତି।ଏହା ସହ ସେଠାରେ ରାଜା ଦଶରଥଙ୍କ ନାମରେ ଏକ ମେଡିକାଲ କଲେଜ ହେବ ବୋଲି ମଧ୍ୟ ଯୋଗୀ ଘୋଷଣା କରିଛନ୍ତି।/ଦେବଦତ୍ତ