Odiapua.com

ଶିକ୍ଷା ଓ ଆମ ଗାଁ’ କାଶୀ ..

ଶିକ୍ଷା ଓ ତାଲିମ୍ ଭିତରେ ପ୍ରଭେଦ ରହିଛି। କିଛି ଡିଗ୍ରୀ ହାସଲ କରି ନେବା ହେଲା ତାଲିମ୍। କିନ୍ତୁ, ଶିଖିବାର ଆଗ୍ରହ ଶିକ୍ଷା। ଶିକ୍ଷାର କେବେ ପରିସମାପ୍ତି ଘଟିନଥାଏ। ଯେପରି ଆଗ୍ରହ ଦେଖିବାକୁ ମିଳେ ୮୫ ବର୍ଷୀୟ କାଶୀ ତରେଇଙ୍କ କ୍ଷେତ୍ରରେ। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ତଳ ସାହି/ପାଟଣା ସାହିର କାଶୀନାଥ ତରେଇ। ବୟସ ୮୫। ଶିକ୍ଷାଗତ ଯୋଗ୍ୟତା ୨ୟ ପାସ। ସକାଳୁ ସକାଳୁ ନିଦ ଭାଙ୍ଗିଲେ ଚାଲି ଆସନ୍ତି ପଦୁ ଚା’ ଦୋକାନକୁ। ଉଦ୍ଦେଶ୍ୟ ଖବରକାଗଜ ପଢ଼ିବା। ଏହା ତାଙ୍କର ନୀତି ଦିନିଆ ଅଭ୍ୟାସ। ତନ୍ନତନ୍ନ କରି ପଢ଼ନ୍ତି ଖବରକାଗଜ। ୮୫ ବର୍ଷ ବୟସରେ ମଧ୍ୟ ଚଷମା ବ୍ୟବହାର କରନ୍ତି ନାହିଁ କାଶୀ। କୁହନ୍ତି ବିନା ଚଷମାରେ ସେ ସ୍ପଷ୍ଟ ଭାବରେ ପଢ଼ି ପାରନ୍ତି। ଚଷମାର କି ଆବଶ୍ୟକ? ବୃତ୍ତିରେ କାଶୀ ଜଣେ ଶ୍ରମିକ। ଦିନ ମଜୁରିଆ ଭାବରେ ପ୍ରତ୍ୟକ ଦିନ କାମକୁ ଯାଆନ୍ତି କାଶୀ। ଏବେ କିନ୍ତୁ ବୟସ ତଥା ସ୍ୱାସ୍ଥ୍ୟ ସହଯୋଗ ଦେଉନଥିବାରୁ ଆଉ କାମକୁ ଯାଆନ୍ତି ନାହିଁ। କାମକୁ ଯିବା ସମୟରେ ଯୁବାବସ୍ଥାରୁ ସକାଳୁ ସକାଳୁ ପ୍ରଥମେ ଖବର କାଗଜ ପଢ଼ନ୍ତି କାଶୀ। ତା’ପରେ କାମକୁ ଯାଆନ୍ତି। ଆଲୋଚନା ସମୟରେ ଜଣାପଡ଼େ କାଶୀ ଏମିତି ଯେ, କେବଳ ଖବର କାଗଜ ପଢ଼ନ୍ତି ନାହିଁ। ସାଂପ୍ରତିକ ଘଟଣାବଳୀ ଉପରେ ଭଲ ତଥ୍ୟ ଭିତ୍ତିକ ଜ୍ଞାନ ରହିଛି ତାଙ୍କର। ବିଭିର୍ଣ୍ଣ ବିଷୟ ଉପରେ ସେ ଖୁବ୍ ଭଲ ମତ ଉପସ୍ଥାପନ କରି ପାରନ୍ତି। ଯେ କେହି ଦେଖିଲେ ଭାବିନେବ ଯେ କାଶୀ ନିଶ୍ଚିତ ଅଧିକ ପଢ଼ାପଢ଼ି କରିଥିବେ। ସରକାରୀ ଚାକିରୀ କି କ’ଣ କରି ବୋଧେ ଅବସର ନେଇଥିବେ। ଅପରିଚିତ କେହି ବି ଲୋକ ଚିନ୍ତା କରିପାରିବେନି ଯେ କାଶୀ ୨ୟ ପାସ ଜଣେ ଦିନ ମଜୁରିଆ! ଏହା ହିଁ ଶିକ୍ଷା। ଶିଖିବାର ପ୍ରବଳ ଆଗ୍ରହ ତାଙ୍କର। କାଶୀ ତାଙ୍କର ପିଲା ବେଳ କଥା ମନେ ପକେଇ କୁହନ୍ତି, ସେତେବେଳେ ଗାଁ”ରେ ଯୋଡ଼େ ତିନୋଟି ଲୋକ ପଢ଼ିପାରୁଥିଲେ।ତେଣୁ ଚିଠି ପଢ଼େଇବା ପାଇଁ ଲୋକ ସେହି ଦୁଇ/ତିନୋଟି ଲୋକଙ୍କ ପାଖକୁ ଯାଉଥାଆନ୍ତି। ଏହାକୁ ବୋଧେ ସେ ସେବେଠୁ ମନର ଗଭୀରତାର ସହ ନେଇ ଯାଇଛନ୍ତି ଏବଂ ଏହା ବୋଧେ ତାଙ୍କ ଭିତରେ ପଢ଼ିବାର/ଶିଖିବାର ପ୍ରବଳ ଆଗ୍ରହ ସୃଷ୍ଟି କରି ପାରିଛି। କେବଳ ଯେ ଗୋଳବାଇ ଗ୍ରାମର କାଶୀ ଏପରି ଜଣେ ବ୍ୟକ୍ତି ନୁହଁନ୍ତି। ବିଭିର୍ଣ୍ଣ ନିପଟ ମଫସଲ ଗାଁ’ରେ ଆମେ ଏମିତି ଜଣେ ଜଣେ କାଶୀଙ୍କୁ ଦେଖିବାକୁ ପାଉଥିବା। ଧନ୍ୟ ତାଙ୍କର ଏପରି ପଢ଼ିବାର,ଶିଖିବାର ଆଗ୍ରହ।

ହିନ୍ଦୁ ସଙ୍ଗଠନ ଟାର୍ଗେଟରେ ରୋମିୟ: ହିନ୍ଦୁ ମହାସଭା ପକ୍ଷରୁ ସ୍ୱାଗତ ..


-/DevDr