ଭୁବନେଶ୍ୱର ୨୪-୯ (ଓଡ଼ିଆ ପୁଅ) ଆଜି କରୋନା ନେଇଛି ୧୬ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ପାଇଛି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ତେବେ କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ।
ବଲାଙ୍ଗୀର ଜିଲ୍ଲାରୁ ଜଣେ,
କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ,
ଖୋର୍ଦ୍ଦା ଜିଲ୍ଲାରୁ ୫ ଜଣ,
ମୟୁରଭଞ୍ଜ ଜିଲ୍ଲାରୁ ଜଣେ,
ନୟାଗଡ଼ ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ୪ ଜଣ,
ରାୟଗଡ଼ା ଜିଲ୍ଲାରୁ ଜଣେ,
ସୋନପୁର ଜିଲ୍ଲାରୁ ଜଣେ,
୧- ବଲାଙ୍ଗୀର ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ୬୫ ବର୍ଷ ବୟସ୍କ ପୁରୁଷ।
୩- ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଭୁବନେଶ୍ୱରର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୫- କେନ୍ଦ୍ରାପଡା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ଅନିୟନ୍ତ୍ରିତ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୬- କେନ୍ଦ୍ରାପଡା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ଥିଲେ।
୭- ଖୋର୍ଧା ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।
୮- ଖୋର୍ଧା ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ।
୯- ମୟୁରଭଞ୍ଜ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ।
୧୦- ନୟାଗଡ଼ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।
୧୧- ପୁରୀ ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୧୨- ପୁରୀ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୩- ପୁରୀ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪- ପୁରୀ ଜିଲ୍ଲାର ଜଣେ ୩୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୫- ରାୟଗଡା ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।
୧୬- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।