ଭୁବନେଶ୍ୱର: ଏକଦା ଜଣେ ଖୋସାମତି ବା ଚାଟୁକାରୀ ପ୍ରିୟ ରାଜା ଥିଲେ। କେବଳ ଖୋସାମତି ବା ଚାଟୁକାରୀ କରି ଦଳେ ଚାଟୁକାର ରାଜାଙ୍କ ଚାରି ପାଖରେ ଘେରି ରହିଥିଲେ। ରାଜାଙ୍କ ପାଖ ଲୋକ ହୋଇ ରାଜାଙ୍କ ଦରବାରରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ ବା ବଡ଼ ବଡ଼ ଅଧିକାରୀ ସାଜିଥିଲେ। ସେମାନଙ୍କ ପାଖରେ ସେମିତି କିଛି ଯୋଗ୍ୟତା ନଥିଲା। ରାଜାଙ୍କ ପ୍ରତି ସେମାନଙ୍କର ସେମିତି କୌଣସି ଆନ୍ତରିକତା ମଧ୍ୟ ନଥିଲା। ରାଜାଙ୍କୁ କୌଣସି ଭଲ ପରାମର୍ଶ ଦେବା କିମ୍ୱା ରାଜାଙ୍କ କୌଣସି ତୃଟି ସୁଧାରିବା ଏମାନଙ୍କ ଉଦ୍ଦେଶ୍ୟ ନଥିଲା। କେବଳ ସ୍ୱାର୍ଥ ସାଧନ ପାଇଁ ସେମାନେ ରାଜାଙ୍କ ଖୋସାମତି କରୁଥିଲେ। ଏହା ଭିତରେ ହଠାତ୍ ଦିନେ ପଡ଼ୋଶୀ ଦେଶ ଆକ୍ରମଣ କରିଦେଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା। ଯୁଦ୍ଧ ଘମାଘୋଟ ହେଲା। ବହୁ ସଂଖ୍ୟାରେ ସୈନ୍ୟ ମୃତାହତ ହେଲେ। ବହୁ ଆହତ ମଧ୍ୟ ହେଲେ। ଆହତ ସୈନ୍ୟଙ୍କ ଚିକିତ୍ସା ପାଇଁ ରାଜା ଏକ ଡାକ୍ତରୀ ଦଳ ନିଯୁକ୍ତ କଲେ। ଏତେ ସଂଖ୍ୟାରେ ମୃତାହତ ହେଲେ ଯେ, ଡାକ୍ତରଙ୍କୁ କିଏ ମୃତ କିଏ ଜୀବିତ ଜାଣିବା କଷ୍ଟସାଧ୍ୟ ହୋଇ ପଡ଼ିଲା। ଡାକ୍ତର ଏକ ଉପାୟ କଲେ। ଶିବିରକୁ ଅଣାଯାଉଥିବା ସୈନ୍ୟଙ୍କୁ ପରୀକ୍ଷା କରି ଯିଏ ଆହତ ତା’ ମଥାରେ “ଚିକତ୍ସା”ର ଏକ ଷ୍ଟାମ୍ପ ମାରି ଚିକିତ୍ସା ପାଇଁ ପଠାଇ ଦେଲେ ଏବଂ ଯିଏ ମୃତ ତା’ ମଥାରେ “ମୃତ” ଷ୍ଟାମ୍ପ ମାରି ସତ୍କାର ପାଇଁ ପଠାଇ ଦେଲେ। ଏ’ ଭିତରେ ଜଣେ ଆହତ ସୈନ୍ୟଙ୍କୁ ଡାକ୍ତର ଭୁଲରେ ମୃତ ଷ୍ଟାମ୍ପ ମାରି ଦେଇଥିଲେ। ସେ ଯାଇ ପହଞ୍ଚିଲେ ସିଧା ଶ୍ମଶାନରେ!
ରୀତିମତ ଯାଉଛି ଅଭିଯୋଗ: ଜାଣନ୍ତି କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଘାତକ କିଏ?
-/Dev@Drath