ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦୀପାବଳିରେ ବାଣ ରଖିବା, ଫୁଟାଇବା ବିକ୍ରି କରିବା ମନା। ଟ୍ୱିଟ କରି ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟରେ ଲେଖିଛନ୍ତିଯେ, ” ଗତ ୩ ବର୍ଷ ମଧ୍ୟରେ ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ଅବସ୍ଥାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ସମସ୍ତ ପ୍ରକାର ଫାୟାର କ୍ରାକରର ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ଯାହାଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ।”
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପୁନଶ୍ଚ କହିଛନ୍ତିଯେ, “ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ଫାୟାରକ୍ରାକ୍ ଷ୍ଟକ୍ ହେବା ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଳମ୍ବରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା ଯାହା ଦ୍ୱାରା ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ସମସ୍ତ ବ୍ୟବସାୟୀଙ୍କ ପାଇଁ ଏହା ଏକ ନିବେଦନ ଯେ ସଂପୂର୍ଣ୍ଣ ନିଷେଧକୁ ଦୃଷ୍ଟିରେ ରଖି ଏଥର କୌଣସି ପ୍ରକାରର ଷ୍ଟୋରେଜ୍ କରନ୍ତୁ ନାହିଁ।”