Home ଓଡ଼ିଶା ଏହି ଦିନ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ କେଜରୀୱାଲ, ରାମଲୀଲା ମୈଦାନରେ ହେବ...

ଏହି ଦିନ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ କେଜରୀୱାଲ, ରାମଲୀଲା ମୈଦାନରେ ହେବ ଶପଥ ସମାରୋହ

282

ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) : ଆମ ଆଦମୀ ପାର୍ଟୀର ସଂଯୋଜକ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚାରି ଦିନ ପରେ ଅର୍ଥାତ୍ ୧୬ ଫେବୃଆରିରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଆଜି ଅରବିନ୍ଦ କେଜରୀୱାଲଙ୍କୁ ବିଧାୟକ ଦଳର ନେତା ମନୋନୀତ କରାଯିବ। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟୀ ୬୨ ଆସନ ହାସଲ କରିଛି।

ସିଏମ କେଜରୀୱାଲଙ୍କର ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ। ଏହି ଶପଥ ଗ୍ରହଣ ସମାରୋହରେ କେଜରୀୱାଲଙ୍କ ସହିତ ଅନେକ ବିଧାୟକ ମଧ୍ୟ ମନ୍ତ୍ରୀପଦର ଶପଥ ନେଇପାରନ୍ତି। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଏହି ସମାରୋହରେ କେଉଁ କେଉଁ ହସ୍ତୀମାନଙ୍କୁ ନିମନ୍ତ୍ରଣ ପଠାଯିବ।

ସୂଚନାଯୋଗ୍ୟଯେ, ୭୦ ବିଧାନସଭା ସିଟ୍ ରୁ ଆମ ଆଦମୀ ପାର୍ଟୀକୁ ୬୨ ଏବଂ ବିଜେପିକୁ ୮ ଟି ଆଶନ ମିଳିଛି। ୨୦୧୫ ନିର୍ବାଚନରେ ଆମ ଆଦମୀ ପାର୍ଟୀକୁ ୬୭ ଏବଂ ବିଜେପି କୁ ୩ଟି ଆସନ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.