Home ଓଡ଼ିଶା କୋଭିଡ଼-19 ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ପ୍ରତିରକ୍ଷା ପିଏସୟୁ, ଓଏଫବି

କୋଭିଡ଼-19 ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ପ୍ରତିରକ୍ଷା ପିଏସୟୁ, ଓଏଫବି

887


ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ସରକାରୀ ସଂସ୍ଥା (ଡ଼ିପିଏସୟୁ) ଏବଂ ଗୋଳାବାରୁଦ କାରଖାନା ବୋର୍ଡ଼ (ଓଏଫବି) ବୈଶ୍ୱିକ ମହାମାରୀ କୋଭିଡ଼-19 ବିରୋଧରେ ଦେଶବ୍ୟାପୀ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ମେଡ଼ିକାଲ ସୁବିଧା

ଦେଶର ଛଅଟି ରାଜ୍ୟରେ 10ଟି ହସ୍ପିଟାଲରେ ମୋଟ 280ଟି ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ କରିବା ସକାଶେ ଗୋଳାବାରୁଦ କାରଖାନା ବୋର୍ଡ଼ (ଓଏଫବି) ଯୋଜନା କରିଛି। ସେହିସବୁ ଆଇସୋଲେସନ୍‌ ୱାର୍ଡ଼ ଜବଲପୁରସ୍ଥିତ ଯାନବାହନ ଫ୍ୟାକ୍ଟ୍ରି, ଇଚ୍ଛାପୁର (ପଶ୍ଚିମବଙ୍ଗ)ସ୍ଥିତ ମେଟାଲ ଆଣ୍ଡ ଷ୍ଟୀଲ୍‌ ଫ୍ୟାକ୍ଟ୍ରି; କାଶିପୁର (ପଶ୍ଚିମବଙ୍ଗ)ସ୍ଥିତ ଗନ୍‌ ଆଣ୍ଡ ସେଲ୍‌ ଫ୍ୟାକ୍ଟ୍ରି; ଖାଡ଼କି (ମହାରାଷ୍ଟ୍ର)ସ୍ଥିତ ଗୁଳିଗୋଳା କାରଖାନା, କାନପୁର (ଉତ୍ତର ପ୍ରଦେଶ)ସ୍ଥିତ ଗୋଳାବାରୁଦ କାରଖାନା; ଖମାରିଆ ସ୍ଥିତ ଗୋଳାବାରୁଦ କାରଖାନା, ଅଭଡ଼ି (ତାମିଲନାଡ଼ୁ)ସ୍ଥିତ ଭାରୀ ଯାନ କାରଖାନା ଏବଂ ମେଡ଼କ (ତେଲଙ୍ଗାନା)ସ୍ଥିତ ଗୋଳାବାରୁଦ କାରଖାନା ଅନ୍ୟତମ।

ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ରେ ଆଇସୋଲେସନ ବ୍ୟବସ୍ଥା ରହିଛି ଏବଂ ଏଠାରେ ତିନୋଟି ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ ବେଡ଼ ରହିଛି ଏବଂ ୱାର୍ଡ଼ରେ ଅନ୍ୟ 30ଟି ବେଡ଼ ରହିଛି। ଏହାତିରିକ୍ତ, 30ଟି କୋଠରୀବିଶିଷ୍ଟ ଏକ ଭବନ ନିର୍ମାଣ ପ୍ରସ୍ତୁତ ହୋଇସାରିଛି। ସର୍ବମୋଟ, ହାଲରେ ଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ 90 ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇପାରିବ।

ସ୍ୱଳ୍ପ ସମୟର ସୂଚନା ମଧ୍ୟରେ ଓଏଫବି ଅରୁଣାଚଳ ପ୍ରଦେଶ ସରକାରଙ୍କୁ କୋଭିଡ଼- 19 ରୋଗୀଙ୍କ ପାଇଁ 50ଟି ସ୍ୱତନ୍ତ୍ର ଟେଣ୍ଟ୍‌ ପ୍ରସ୍ତୁତ କରି ତାହା ପଠାଇଛି।

ସାନିଟାଇଜର

ହାତଧୁଆ ସାନିଟାଇଜରର ବିକାଶ ଓ ଉତ୍ପାଦନ ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ) ମାନର ହୋଇଥିବ, ତାହା ଓଏଫବିର କାରଖାନାଗୁଡ଼ିକରେ ଉତ୍ପାଦନ ଆରମ୍ଭ ହୋଇଛି। ଏଥିପାଇଁ କାରଖାନା ନିକଟକୁ ଏଚଏଲଏଲ ଲାଇଫଲାଇନ ଲିମିଟେଡ଼ (ଏଚଏଲଏଲ)ଙ୍କ ଠାରୁ 13, 000 ଲିଟର ସାନିଟାଇଜର ଯୋଗାଇ ଦେବାକୁ ଅର୍ଡ଼ର ଆସିଛି। ଏଚଏଲଏଲକୁ ଭାରତ ସରକାର କେନ୍ଦ୍ରୀୟ ଆହରଣ ପାଇଁ ନୋଡ଼ାଲ ଏଜେନ୍ସି ଭାବେ ଚୟନ କରିଛନ୍ତି। ତଦନୁସାରେ ମାର୍ଚ୍ଚ 31, 2020 ତାରିଖ ଦିନ ଆରୁଭାଙ୍କାଡ଼ୁ (ତାମିଲନାଡ଼ୁ) ସ୍ଥିତ କୋର୍ଡ଼ାଇଟ ଫ୍ୟାକ୍ଟ୍ରିରୁ ପ୍ରଥମ ଦଫାରେ 1, 500 ଲିଟର ସାନିଟାଇଜର ପଠାଯାଇଛି। ଆଉ ଦୁଇଟି ଫ୍ୟାକ୍ଟ୍ରି ଯଥା, ଗୋଳାବାରୁଦ କାରଖାନା (ଓଏଫ) ଇଟାର୍ସି (ମଧ୍ୟପ୍ରଦେଶ) ଏବଂ ଗୋଳାବାରୁଦ କାରଖାନା ଭଣ୍ଡାରା (ମହାରାଷ୍ଟ୍ର) ଏହାର ବିପୁଳ ଉତ୍ପାଦନ ପାଇଁ ଏବେ ପ୍ରସ୍ତୁତ ରହିଛନ୍ତି। ଏହି ଦୁଇ କାରଖାନା ମିଶି ଦୈନିକ ପ୍ରାୟ 3000 ଲିଟର ସାନିଟାଇଜର ଉତ୍ପାଦନ କରିପାରିବେ ଯାହାକି ଜାତୀୟ ଆବଶ୍ୟକତାକୁ ମେଣ୍ଟାଇ ପାରିବ।

ସୁରକ୍ଷା ଉପକରଣ : କଭରଅଲ୍‌ ଓ ମାସ୍କ

କାନପୁର, ଶାହାଜାହାନପୁର, ହଜରତପୁର (ଫିରୋଜାବାଦ), ଏବଂ ଚେନ୍ନାଇ ଠାରେ ଥିବା ଗୋଳାବାରୁଦ ଉପକରଣ କାରଖାନା ଏବେ କଭରଅଲ୍‌ ଏବଂ ମାସ୍କ ବିକାଶ ଦିଗରେ ନିୟୋଜିତ ଅଛନ୍ତି। ସେମାନେ ମଧ୍ୟ ବିଶେଷ ହିଟ୍‌ ସିଲିଂ ମେସିନ୍‌ର ଉପଯୋଗ କରି ଏଭଳି ପୋଷାକ ଅତି କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଫ୍ୟାକ୍ଟ୍ରି ବୋର୍ଡ଼ ଇତି ମଧ୍ୟରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଗ୍ୱାଲିଅରକୁ ଅନୁରୋଧ କରିଛି ଏବଂ ପ୍ରଥମ ଦଫାର ନମୁନା ଓଭରଅଲ୍‌ ସଫଳତାର ସହ ପ୍ରାପ୍ତ ହୋଇଛି। ଏହି ଓଭରଅଲ୍‌କୁ ଗ୍ୱାଲିଅର ଠାରେ ପରୀକ୍ଷା ମଧ୍ୟ କରାଯାଇଛି। ସେହିଭଳି କୋଏମ୍ବାଟୁର ସ୍ଥିତ ସାଉଥ ଇଣ୍ଡିଆ ଟେକ୍ସଟାଇଲ୍‌ ରିସର୍ଚ୍ଚ ଆସୋସିଏସନ (ସିତ୍ରା)ଠାରେ ମାସ୍କ ପରୀକ୍ଷଣ ଜାରି ରହିବ। ଓଏଫବି ମଧ୍ୟ ଖୁବ୍‌ କମ୍‌ ସମୟର ସୂଚନା ମଧ୍ୟରେ ସପ୍ତାହକୁ 5, 000ରୁ 6, 000 ପର୍ଯ୍ୟନ୍ତ କଭରଅଲ୍‌ ଉତ୍ପାଦନ କରିପାରିବ। ଏଥିପାଇଁ ତିନୋଟି ମେସିନର ବିକାଶ ଘଟାଯାଇଛି ଏବଂ ସେଠାରୁ ପ୍ରସ୍ତୁତ କଭରଅଲ୍‌ ଓ ମାସ୍କର ପରୀକ୍ଷଣକୁ ‘ସିତ୍ରା’ ମଞ୍ଜୁର ପ୍ରଦାନ କରିଛି। ଏହାକୁ କଭରଅଲ୍‌ ଓ ମାସ୍କ ଉତ୍ପାଦନର ଗୁଣାତ୍ମକ ମାନ ରକ୍ଷା ପାଇଁ ଉପଯୋଗ କରାଯାଇପାରିବ।

ଭେଣ୍ଟିଲେଟର

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ (ବିଇଏଲ) ଭେଣ୍ଟିଲେଟର ଉତ୍ପାଦନ ସକାଶେ ଆଗେଇ ଆସିଛି ଏବଂ ଆଗାମୀ ଦୁଇ ମାସ ମଧ୍ୟରେ ଏହା ଆଇସିୟୁରେ ବ୍ୟବହାରକ୍ଷମ 30, 000 ଭେଣ୍ଟିଲେଟର ଉତ୍ପାଦନ ସହ ଯୋଗାଇଦେବ। ଏହି ଭେଣ୍ଟିଲେଟରର ଡ଼ିଜାଇନ୍‌ ମୂଳତଃ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଯାହାକୁ ପରେ ମହୀଶୂରର ମେସର୍ସ ସ୍କାନରେ ଉନ୍ନତି ଘଟାଇଥିଲା ଏବଂ ଏହି ସଂସ୍ଥା ସହ ବିଇଏଲ ସହଯୋଗୀତା ସଂପର୍କରେ ରହିଛି। ମେଡ଼କର ଗୋଳାବାରୁଦ କାରଖାନା ମଧ୍ୟ ହାଇଦ୍ରାବାଦର ବିଭିନ୍ନ ହସ୍ପିଟାଲରେ ବ୍ୟବହୃତ ଭେଣ୍ଟିଲେଟରର ମରାମତି କାର୍ଯ୍ୟ ହାତକୁ ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.