Odiapua.com

ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୪୨ କୁ ବୃଦ୍ଧି

ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୩ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୪୧ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

କଟକ ଜିଲ୍ଲାରୁ ୨ ଜଣ
ଗଞ୍ଜାମ ଜିଲ୍ଲାରୁ ୨ ଜଣ
କେନ୍ଦୁଝର ଜିଲ୍ଲାରୁ ଜଣେ
ଖୋର୍ଦ୍ଦା ଜିଲ୍ଲାରୁ ଜଣେ
ପୁରୀ ଜିଲ୍ଲାରୁ ଜଣେ
ସମ୍ବଲପୁର ଜିଲ୍ଲାରୁ ୩ ଜଣ
ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୩ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।

୨- କଟକ ଜିଲ୍ଲାର ୪୩ ବର୍ଷ ବୟସ୍କ ପୁରୁଷ।

୩- କଟକ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୪- ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ମଧୁମେହ, ଅବଷ୍ଟ୍ରକ୍ଟିଭ୍ ୟୁରୋପାଥିରେ ମଧ୍ୟ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୬- କେନ୍ଦୁଝର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ଡାଇବେଟିସ୍ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୭- ପୁରୀ ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୮- ସମ୍ବଲପୁର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୯- ସମ୍ବଲପୁର ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା ଯିଏ ରିମାଟଏଡ ଆର୍ଥ୍ରାଇଟିସରେ ପୀଡିତ ଥିଲେ।

୧୦- ସମ୍ବଲପୁର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୧- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୧୨- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୧୩- ସୁନ୍ଦରଗଡ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।