Odiapua.com

ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍: ବିଜେଡିକୁ ବିବାଦ ଭିତରକୁ ଟାଣିଲେ ଲେଖା

ଭୁବନେଶ୍ୱର: ସାଇବର କ୍ରାଇମ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅତି ସୁବିଧାରେ ଜଣେ ଜଣଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ପାରୁଛି।ବିଶେଷତଃ ନାରୀମାନେ ଏହାର ଶିକାର ହେଉଛନ୍ତି।ଅନେକ ସମୟରେ ଲୋକ ଲଜ୍ଜାରୁ କିମ୍ବା ଅଯଥା ବିବାଦରୁ ଦୂରେଇ ରହିବା ପାଇଁ ପିଡ଼ିତା ନିରବ ରହୁଛନ୍ତି।ପୋଲିସର ସାଇବର ସେଲ ମଧ୍ୟ ଏ’ ଦିଗରେ ସେତେଟା ଜାଗ୍ରତ ରହୁନାହିଁ।

ପବିତ୍ର “ଗୁରୁ ପୂର୍ଣ୍ଣିମା”ର ହାର୍ଦ୍ଦିକ ଅଭିନନ୍ଦନ

ଏହିପରି ଏକ ଘଟଣା ଘଟିଛି ଓଡ଼ିଶା ବିଜେପି ନେତ୍ରୀ ଡଃ: ଲେଖାଶ୍ରୀ ସାମନ୍ତସିଂହାରଙ୍କ କ୍ଷେତ୍ରରେ।ସିଦ୍ଧାର୍ଥ ଶଙ୍କର ନାୟକ ନାମରେ ଜଣେ ଫେସବୁକ ୟୁଜର ଲେଖାଶ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଥିବା ଅଭିଯୋଗ ହୋଇଛି।ଲେଖାଶ୍ରୀ ଏ’ ନେଇ ଓଡ଼ିଶା ପୋଲିସ ସାଇବର ସେଲ ନିକଟରେ ଅଭିଯୋଗ କରିଛନ୍ତି।ଲେଖାଶ୍ରୀଙ୍କୁ ସେ ଫେସବୁକର ମେସେଞ୍ଜରରେ ଏହି ମେସେଜ୍ ଗୁଡ଼ିକ ପଠାଇଛି।ସେଥିରେ ସେ ଲେଖାଶ୍ରୀଙ୍କ ସମେତ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛି।ଲେଖାଶ୍ରୀ ଏ’ ବିବାଦ ଭିତରକୁ ବିଜେଡିକୁ ଟାଣିଛନ୍ତି।ଲେଖାଶ୍ରୀ ଅଭିଯୋଗ କରିଛନ୍ତି,ଶାସକ ବିଜେଡି ଦଳ ସହ ସଂପର୍କ ଥିବା କାରଣରୁ ସିଦ୍ଧାର୍ଥ ଏପରି ମେସେଜ୍ ପଠାଇବାକୁ ସାହସ କରିଥିବା ଜଣାପଡ଼ୁଛି।ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଶ୍ରୀ ଦାବି କରିଛନ୍ତି।ସିଦ୍ଧାର୍ଥଙ୍କ ଫେସବୁକ ପ୍ରୋଫାଇଲକୁ ଯାଇ ଦେଖିବାରେ ଫେସବୁକରେ ସେ ରେଗୁଲାର ୟୁଜର ନୁହଁନ୍ତି ବୋଲି ଜଣାପଡୁଛି।ମେସେଜ୍ ଗୁଡ଼ିକ ସେ ଲେଖାଶ୍ରୀଙ୍କୁ ମେସେଞ୍ଜରରେ ପଠାଇଛନ୍ତି।//ଦେବଦତ୍ତ ରଥ

ମହାଭାରତର କର୍ଣ୍ଣ ଭୂମିକାରେ ଦିଲ୍ଲୀପ ରାୟ !