Odiapua.com

ଗାଈଗୋରୁଙ୍କର ରକ୍ଷା ପାଇଁ ଦେଶରେ ହୋଇପାରେ ଏକ ସମାନ ନୀତି; ଗୋମାତା ହିନ୍ଦୁ କି ମୁସଲିମ ନୁହଁ: ପ୍ରତାପ ଷଢ଼ଙ୍ଗୀ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଦେଶରେ ବୁଲା ଗାଈ ମାନଙ୍କର ରକ୍ଷା ପାଇଁ ଏକ ସମାନ ନୀତି ଲାଗୁ କରାଯାଇପାରେ।ଏହା କହିଛନ୍ତି କେନ୍ଦ୍ରୀୟ ପଶୁପାଲନ ରାଜ୍ୟ ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ।ପ୍ରତାପ କହିଛନ୍ତି କି କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଲା ଗାଈମାନଙ୍କର ରକ୍ଷା ପାଇଁ ସମ୍ପୂର୍ଣ୍ଣ ଦେଶରେ ଏକ ସମାନ ନୀତି ଲାଗୁ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି।

ଭୋପାଲରେ ଶନିବାର ଦିନ ଆୟୋଜିତ ୨୯ତମ ଇଣ୍ଡିଆନ୍ ଭେଟନାରୀ କନ୍ଫରେନ୍ସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି କି ସମଗ୍ର ଦେଶରେ ବୁଲା ଗାଈଗୋରୁ ମାନଙ୍କର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଯାହାକୁ କାବୁ କରିବା ପାଇଁ ରାଜ୍ୟ ସରକାରମାନେ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାର ସନ୍ତୋଷ ଜନକ ଫଳ ମିଳୁନାହିଁ।ବିଜେପି ଉପରେ ଗାଈ ନାମରେ ରାଜନୀତି କରିବା ଅଭିଯୋଗ ଉପରେ ଉତ୍ତର ଦେଇ ପ୍ରତାପ କହିଛନ୍ତି, କି ଗୋମାତା (ଗାଈ)କୁ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ବଣ୍ଟା ଯାଇପାରିବ ନାହିଁ।ଗୋମାତା ଗୋମାତା ଅଟନ୍ତି।ବୁଲା ଗାଈମାନଙ୍କ ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସମାନ ନୀତି କରାଗଲେ ଗୋସମ୍ପଦ ଭାରତର ଆର୍ଥିକ ବିକାଶରେ ସହାୟକ ହୋଇପାରିବେ।ପ୍ରତାପ ଷଢ଼ଙ୍ଗୀ ମଧ୍ୟପ୍ରଦେଶର କମଲନାଥ ସରକାରଙ୍କର ପ୍ରଶଂସା କରି କହିଲେ କି ପ୍ରଦେଶରେ ବୁଲା ଗାଈମାନଙ୍କୁ ଆଶ୍ରୟ ଦେବାପାଇଁ ଏକ ବଡ଼ ପଦକ୍ଷେପ ଉଠାଇ କମଲନାଥ ସରକାର ୧୦୦୦ ଗୌଶାଳା ଖୋଲିବାର ଯୋଜନା କରିଥିବାରୁ ସେ ପ୍ରଶଂସାର ପାତ୍ର।

ରାମ ମନ୍ଦିରର ନିର୍ମାଣ ଆବଶ୍ୟକ: ପ୍ରତାପ
ଏହି ଅବସରରେ ରାମ ମନ୍ଦିର ଉପରେ ଚାଲୁଥିବା ସୁପ୍ରିମ କୋର୍ଟଙ୍କ ଶୁଣାଣି ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ ପ୍ରତାପ ଷଢ଼ଙ୍ଗୀ କହିଲେ କି ଅଯୋଧ୍ୟାରେ ରାମ ମନ୍ଦିରର ହିଁ ନିର୍ମାଣ ହେବା ଆବଶ୍ୟକ।//ଦେବଦତ୍ତ ରଥ

ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ