ନୂଆଦିଲ୍ଲୀ: ୨୪ ସାଧାରଣ ନିର୍ବାଚନ ପରେ ଟେଲିସ୍କୋପରେ ବି ଦେଖାଯିବନି କଂଗ୍ରେସ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଂଗ୍ରେସ ନେତା ପୱନ ଖେରାଙ୍କ ବୟାନକୁ ନେଇ ଅମିତ ଶାହ ଏପରି ଜବାବ ଦେଇଛନ୍ତି। ନାଗାଲାଣ୍ଡରେ ଏକ ରାଲିରେ କଂଗ୍ରେସ ଉପରେ ବର୍ଷି ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ଲୋକେ ଠିକ୍ ଜବାବ ଦେବେ। ୨୦୨୪ରେ କଂଗ୍ରେସ ଏହାର ଉଚିତ ଜବାବ ପାଇବ। ୨୦୨୪ରେ ଦେଶରେ କେଉଁଠି କଂଗ୍ରେସ ନଜରକୁ ଆସିବ ନାହିଁ। ଏପରିକି ଟେଲିସ୍କୋପ ପକାଇ ଦେଖିଲେ ମଧ୍ୟ ଦଳର ସତ୍ତା ଦେଖିବାକୁ ମିଳିବ ନାହିଁ। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ତାଙ୍କୁ ‘ଗୌତମ ଦାଶ’ ବୋଲି କହିଥିଲେ। ତେବେ ଶାହ କହିଛନ୍ତି ଆଦାନୀ ମାମଲାରେ ସରକାର କିମ୍ବା ବିଜେପି ନିକଟରେ ଲୁଚାଇବା ପାଇଁ କିଛି ନାହିଁ। ତେଣୁ ଦଳ ଭୟ କରିବାର ନାହିଁ। ସରକାରଙ୍କ ଆଦାନୀ ମାମଲାରେ କୌଣସି ସମ୍ପୃକ୍ତି ନାହିଁ। ବିରୋଧୀ ଅଯଥା ହଙ୍ଗାମା କରୁଛନ୍ତି। ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଆନ୍ତୁ।
-/DevDrath