Odiapua.com

ତ୍ରୁଟିପୂର୍ଣ୍ଣ ଟ୍ୱିଟ୍: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଅପଦସ୍ତ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଅଳକା ଲମ୍ବା ତାଙ୍କର ଏକ ଟ୍ୱିଟ୍ ପାଇଁ ବିବାଦ ଘେରକୁ ଆସି ଯାଇଛନ୍ତି। ମାମଲାଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ସହିତ ଜଡ଼ିତ। କୁଲଦୀପ ସିଂ ସେଙ୍ଗରଙ୍କ ଝିଅ ଅଲକା ଲାମ୍ବାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କହିଛନ୍ତି। ଅଭିଯୋଗ କରିଛନ୍ତି ଯେ ଟ୍ୱିଟରରେ ପିତା କୁଲଦୀପ ସେଙ୍ଗରଙ୍କ ମୁକ୍ତିକୁ ନେଇ ଅଲକା ମିଛ କହିଛନ୍ତି ଏବଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ଯୋଗୁଁ ତାଙ୍କ ପାରିବାରିକ ଭାବନାକୁ ଆଘାତ ପହଁଚିଛି। ଏହାଦ୍ୱାରା ସମଗ୍ର ପରିବାରକୁ ମାନସିକ ନିର୍ଯାତନା ଦିଆଯାଇଛି।

ଅଲକା ଲାମ୍ବା ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିଷୟରେ ମେ’ ୨୨ ତାରିଖରେ ଏକ ବିବାଦୀୟ ଟୁଇଟ୍ କରିଥିଲେ। ଅଳକା ଟ୍ୱିଟ୍ କରିଥିଲେ ଯେ, ‘ଯେଉଁ ବଳାତ୍କାରୀ (ବିଜେପି ନେତା)ଙ୍କ ଉପରେ ସିଏମ୍ # ଢୋଙ୍ଗି, ସାଂସଦ # ସାକ୍ଷୀ ଏଚଏମ ଶାହା, ପିଏମ ମୋଦୀଜୀଙ୍କ ଠାରୁ ଆଶୀର୍ବାଦ ରହିଛି, କୋୖଣସି ଅଦାଲତ ତାଙ୍କୁ ଦୀର୍ଘ ସମୟ ଧରି ଜେଲ୍ ଭିତରେ ପଛରେ ରଖିପାରିବ ନାହିଁ। ହାଇକୋର୍ଟ ଜଜ୍ ଏପରି କରି କେବଳ ନିଜ ଜୀବନ ରକ୍ଷା କରିଛନ୍ତି। ମହିଳା ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ତାଙ୍କର ଏହି ନେତାଙ୍କ ମୁକ୍ତି ପାଇଁ ଶୁଭେଚ୍ଛା।’

କୂଳଦୀପଙ୍କ ଝିଅ ଏ’ ନେଇ ଅଳକା ଲାମ୍ବାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଅଳକାଙ୍କ ବ୍ୟତୀତ କଂଗ୍ରେସ ନେତା ଧରଣ ପଟେଲଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି। କୂଳଦୀପଙ୍କ ଝିଅ କହିଛନ୍ତି, ଅଲକା ଲାମ୍ବା ଏକ ଟ୍ୱିଟ୍ କରିଥିଲେ ଯେ ମୋ ବାପା ଜାମିନ ପାଇଛନ୍ତି। ଏଠାରେ କିଛି ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି। ତେବେ ଏହି ଜାମିନ ଅନ୍ୟ କୌଣସି ବ୍ୟକ୍ତିଙ୍କର ହୋଇଛି। କିନ୍ତୁ ଅଳକା ଲାମ୍ବାଙ୍କ ଭୁଲ୍ ଟ୍ୱିଟ୍ ଉପରେ ଅନେକ ମନ୍ତବ୍ୟ ଆସିଛି। ଯାହା ମୋତେ ଏବଂ ମୋ ପରିବାରକୁ ମାନସିକ ସ୍ତରରେ ବ୍ୟଥିତ କରିଛି। ଆମ ପରିବାର ଏହି ମାମଲାରେ କୌଣସି ଜାମିନ ଆବେଦନ କରି ନାହାଁନ୍ତି। ଠିକ୍ ଭାବରେ ନ’ଜାଣି ଆମ ବିଷୟରେ କେହି ଟୁଇଟ୍ କରିବା ଉଚିତ୍ ନୁହେଁ।ଆରମ୍ଭରୁ ଏହି ମାମଲା ଏକ ରାଜନୈତିକ ପ୍ରସଙ୍ଗ ହୋଇଆସୁଛି। ଯେତେବେଳେ ଦେଖିଲେ ଯେ ମାମଲା ଶାନ୍ତ ହେବାରେ ଲାଗିଛି, ସେତେବେଳେ ଏଭଳି ମିଥ୍ୟା ଏବଂ ଭିତ୍ତିହୀନ ପ୍ରସଙ୍ଗ ଉଠାଇ ମାମଲାକୁ ଚର୍ଚ୍ଚାରେ ରଖିବାକୁ ଚାହୁଁଛନ୍ତି ଏମାନେ। ଅଳକାଙ୍କ ଟ୍ୱିଟକୁ ନେଇ ମୋ ଉପରେ ଏବଂ ମୋ ଭଉଣୀ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଛି।

ଏ’ ନେଇ ଏକ ମାମଲା ରୁଜୁ ହୋଇଛି। ଅନୁସନ୍ଧାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉନ୍ନାଓ ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି। କିନ୍ତୁ ଏହାକୁ ନେଇ ଅଳକା ଲାମ୍ବାଙ୍କୁ ଗିରଫ କର ନେଇ ସୋସିଆଲ୍ ମିଡିଆରେ ଯେତେବେଳେ ଏକ ଟ୍ରେଣ୍ଡ୍ ଚାଲିଲା, ଅଳକା ଲାମ୍ବା ତାତ୍ସଲ୍ୟ କରି କହିଛନ୍ତି ହଁ, ମତେ ଗିରଫ କର। ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଉନ୍ନାଓର ଜଣେ ଝିଅ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସିବିଆଇ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯାଇଥିଲା। ମାମଲାରେ ଦିଲ୍ଲୀର ତିସ୍ ହାଜାରି କୋର୍ଟ ଆଇପିସିର ଧାରା ୩୭୬, ୩୦୪(୨) ଏବଂ ୧୨୦ (ବି) ଅନୁଯାୟୀ କୁଲଦୀପଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ କୁଲଦୀପ ସିଂ ସେଙ୍ଗର ତିହାର ଜେଲରେ ସଜ୍ଜା କାଟୁଛନ୍ତି। /-ଦେବଦତ୍ତ ରଥ

ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..