Odiapua.com

ଓଡ଼ିଆ ନବ ବର୍ଷର ଶୁଭେଛା ଜଣାଇଲେ ମୋଦୀ ଏବଂ ନବୀନ

ଭୁବନେଶ୍ୱର: ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।ଉଭୟ ଏ’ ନେଇ ଟ୍ୱିଟ କରିଛନ୍ତି।

ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷର ଅଭିନନ୍ଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି, “ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରେ ଏକ ଗ୍ରୀଟିଂ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି, “ନୂଆ ବର୍ଷ, ନୂଆ ଆକାଂକ୍ଷା ଓ ନୂଆ ଆଶା।ଓଡ଼ିଆ ନବ ବର୍ଷ, ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆପଣଙ୍କର ସମସ୍ତ ସ୍ୱପ୍ନ ସାକାର ହେଉ।ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।//ଦେବଦତ୍ତ

ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,