Home Top News ଅପରାଜିତାଙ୍କୁ ଗାଳି କରିବା ପରେ ମହିଳା ମୋର୍ଚ୍ଚାର ସେଲିବ୍ରେସନ୍ !

ଅପରାଜିତାଙ୍କୁ ଗାଳି କରିବା ପରେ ମହିଳା ମୋର୍ଚ୍ଚାର ସେଲିବ୍ରେସନ୍ !

133

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଗାଳି କରିବା ପରେ ସେଲିବ୍ରେସନ୍ କରିଛି ମହିଳା ମୋର୍ଚ୍ଚା! ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଆଇଟି ସେଲ୍ ସଂଯୋଜିକା ଦୁଇ ଦିନ ତଳେ ନିଜ ଦଳର ସାଂସଦ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଅନେକ ଗୁଡ଼ିଏ କଥା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ଭିତରେ ଥିବା ଫାଟକୁ ପଦାରେ ପକାଇ ଦେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଭିତରେ ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ଲିଖିତ ନିର୍ଦ୍ଦେଶ ଆସିଛି ତାହା ସନ୍ଦେହରେ ରହିଛି। ସେଥିରେ ପୁଣି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ମୌନ ରହିଛନ୍ତି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ପ୍ରତି ଆକ୍ଷେପମୂଳକ ପୋଷ୍ଟ୍ ଉପରେ ରାଜ୍ୟ ସଭାନେତ୍ରୀଙ୍କ ସମର୍ଥନ ରହିଛି, ନାଁ ମହିଳା ମୋର୍ଚ୍ଚା ତାଙ୍କ କଣ୍ଟ୍ରୋଲରେ ନାହିଁ, ଏମିତିରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ, ଏହା ଭିତରେ ଗତ କାଲି ଶନିବାର ଦିନ ମହିଳା ମୋର୍ଚ୍ଚାର ଜଣେ ରାଜ୍ୟ ଉପସଭାନେତ୍ରୀଙ୍କ ଘରେ ପାଳନ ହୋଇଛି ରାଜ୍ୟ ସଭାନେତ୍ରୀଙ୍କ ଜନ୍ମଦିନ। ଯେଉଁଠାରେ କି ଉପସ୍ଥିତ ରହିଛନ୍ତି ସଂପୃକ୍ତ ଆଇଟି ସେଲ୍ ସଂଯୋଜିକା। ତାଙ୍କୁ ବଡ଼ ସ୍ନେହରେ କେକ୍ ଖୁଆଇ ଦେଉଛନ୍ତି ରାଜ୍ୟ ସଭାନେତ୍ରୀ। ତେବେ, ବଡ଼ କଥା ହେଲା ସଂପୃକ୍ତ ସୋସିଆଲ୍ ମିଡିଆ ସଂଯୋଜିକା ଜଣଙ୍କ କେବଳ ଯେ ଅପରାଜିତାଙ୍କୁ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ତାହା ନୁହେଁ, ସେ ବିଭିନ୍ନ ବାଟରେ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ କହିବା ସହ ତାଙ୍କ ଚରିତ୍ର ସଂହାର କଲା ପରି କଥା କହିଛନ୍ତି। ଏସବୁ ଦେଖିଲେ ରାଜ୍ୟ ବିଜେପି କେତେ ଯେ ତଳକୁ ତଳକୁ ଖସୁଛି, ତାହା ଦେଖାଯାଉଛି।
/-DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.