Home Top News ମାସ୍କ କିଣିବା ପାଇଁ ପାଖରେ ଟଙ୍କା ନଥିଲା, ଜରିମାନା ଏଡ଼ାଇବା ପାଇଁ ଚଢ଼େଇ ବସାକୁ ମାସ୍କ...

ମାସ୍କ କିଣିବା ପାଇଁ ପାଖରେ ଟଙ୍କା ନଥିଲା, ଜରିମାନା ଏଡ଼ାଇବା ପାଇଁ ଚଢ଼େଇ ବସାକୁ ମାସ୍କ କରି ପିନ୍ଧିଲେ ବୃଦ୍ଧ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

225

ହାଇଦ୍ରାବାଦ ୨୩-୪ (ଓଡିଆ ପୁଅ/ଅଶ୍ୱିନୀ କୁମାର ପାଲ୍) ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଭୂତାଣୁ ସଂକ୍ରମଣ। ଦିନ ଦିନ ସାମ୍ନାକୁ ଆସୁଛି ଭୟଙ୍କର ମୃତ୍ୟୁ ଏବଂ ସଂକ୍ରମଣ ସଂଖ୍ୟା, ନୂଆ ମାମଲା ଲୋକଙ୍କୁ ଭୟଭୀତ କରାଇଲାଣି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୩୨ ଲକ୍ଷରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମଣ ଦେଶରେ ଏହା ନୂଆ ରେକର୍ଡ କରିଛି। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରେ ଦେଶରେ ୨, ୨୬୩ ଲୋକ ପ୍ରାଣ ହରାଇଛନ୍ତି। ନୂତନ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୧, ୮୬, ୯୨୦ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୪, ୨୮, ୬୧୬ କୁ ବୃଦ୍ଧି ପାଇଛି।

ଏହା ସହିତ କେତେକ ରାଜ୍ୟ ଲକ୍‌ଡାଉନ୍‌ କରିଥିବାବେଳେ କେତେକ ରାଜ୍ୟ ଏହି ରୋଗର ମୁକାବିଲା ପାଇଁ କର୍ଫ୍ୟୁ ଏବଂ ୧୪୪ ଧାରା ଲାଗୁ କରିଛନ୍ତି।

ଏହା ସହିତ ସାମାଜିକ ଦୂରତା ଅନୁସରଣ କରିବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି।

ଏହି ସମୟରେ ତେଲେଙ୍ଗାନାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଲୋକମାନଙ୍କୁ ଏଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଯଦି ମାସ୍କ ବିନା କେହି ମିଳନ୍ତି ତେବେ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜକୁ ଜରିମାନାରୁ ରକ୍ଷା କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି। ଯାହା ଆଜିକାଲି ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ହୋଇପାରିଛି।

ସୋସିଆଲ୍‌ ମିଡ଼ିଆରେ ସେୟାର କରାଯାଇଥିବା ଏକ ଫଟୋରୁ ଜଣାପଡ଼ୁଛିଯେ, ତେଲେଙ୍ଗାନାର ଜଣେ ବ୍ୟକ୍ତି ତାଙ୍କ ମୁହଁରେ ଚଢ଼େଇର ବସାକୁ ମାସ୍କ କରି ପିନ୍ଧିଥିବାର ଦେଖାଯାଉଛନ୍ତି, କାରଣ ସେ ମାସ୍କ କିଣିବାକୁ ସକ୍ଷମ ନ ଥିଲେ । ସେଥିପାଇଁ ସେ ଚଢ଼େଇର ବସାକୁ ମାସ୍କ କରି ପିନ୍ଧିଥିଲେ।

ଏହି ଫଟୋଟି Revathi @revathitweets ନାମକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହା ଏବେ ଖୁବ୍‌ ଭାଇରାଲ୍‌ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.