Home ଓଡ଼ିଶା ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର...

ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

113

ନୂଆ ଦି୍ଲଲୀ ୩୧-୭ (ଓଡ଼ିଆ ପୁଅ) ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧପତ୍ର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲାଭାବେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ର ୨୦୧୮ ନଭେମ୍ବର ୩ରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣାପତ୍ର ଅନୁସାରେ ହୋମିଓପ୍ୟାଥିକ୍‌ ଓ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ପାଇଁ ଉଭୟ ଦେଶ ସମାନ ନୀତି ଓ ପାରସ୍ପରିକ ଲାଭ ଭିତ୍ତିରେ କାର୍ଯ୍ୟ କରିବେ।

ବୁଝମଣାପତ୍ରର ଉଦ୍ଦେଶ୍ୟ

ଏହି ବୁଝମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନମତେ ପ୍ରଦାନ କରାଯାଇଛି

୧- ସଂପୃକ୍ତ ଚିକିତ୍ସା ପଦ୍ଧତିର ଶିକ୍ଷା, ଚିକିତ୍ସା, ଔଷଧ ଏବଂ ଔଷଧହୀନ ଉପଚାର ଆଦିକୁ ପ୍ରୋତ୍ସାହିତ ଓ ନିୟନ୍ତ୍ରିତ କରିବା ପାଇଁ ଦୁଇଦେଶ ବୁଝାମଣାପତ୍ର ଅନୁସାରେ କାର୍ଯ୍ୟ କରିବେ।

୨- ବୁଝାମଣାପତ୍ର ଅନୁସାରେ ଆବଶ୍ୟକ ପଡିଲେ ଔଷଧୀୟ ଦ୍ରବ୍ୟ ଓ ନଥିପତ୍ର ଯୋଗାଣ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ କରିବେ।

୩- ଏହି ବିଦ୍ୟାର ଛାତ୍ରଛାତ୍ରୀ ଏବଂ ଚିକିତ୍ସକଙ୍କ ପାଇଁ ପାଠପଢା ଓ ତାଲିମ ନିମନ୍ତେ ବିଶେଷଜ୍ଞ ବିନିମୟ କରାଯିବ।

୪- ଆଗ୍ରହୀ ବୈଜ୍ଞାନିକ, ଚିକିତ୍ସକ, ପାରାମେଡିକ୍ସ ଏବଂ ଛାତ୍ରଛାତ୍ରୀଙ୍କୁ ଗବେଷଣା, ଶୈକ୍ଷିକ ତାଲିମ ଆଦି କ୍ଷେତ୍ରରେ ଦୁଇଦେଶ ନିଜର ଶିକ୍ଷାନୁଷ୍ଠାନରେ ରହିବାର ସୁଯୋଗ ଦେବେ।

୫- ଫାର୍ମାକୋପିଆ (ଔଷଧଗ୍ରନ୍ଥ) ଏବଂ ଫର୍ମୁଲା (ସୂତ୍ର) ଆଦି କ୍ଷେତ୍ରରେ ପାରସ୍ପରିକ ସ୍ୱୀକୃତି ବ୍ୟବସ୍ଥା ରହିବ। ବୁଝାମଣା ଅନୁସାରେ ଯେଉଁସବୁ ଚିକିତ୍ସା ପଦ୍ଧତିକୁ ଦୁଇପକ୍ଷ ସ୍ୱୀକୃତି ଦେଇଥିବେ ତାହାକୁ ସରକାରୀସ୍ତରରେ ପାଳନ କରାଯିବ।

୬- ଉଭୟ ଦେଶରେ ଏହି ଚିକିତ୍ସା ବ୍ୟବସ୍ଥାରେ ପାଠପଢି ଡିଗ୍ରୀ ଓ ଡିପ୍ଲୋମା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଉଭୟ ପକ୍ଷ ମାନ୍ୟତା ପ୍ରଦାନ କରିବେ।

୭- ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା କରାଯିବ।

୮- ଦୁଇଦେଶ ବର୍ତ୍ତମାନର ଆଇନ ଅନୁସାରେ ଯୋଗ୍ୟ ଚିକିତ୍ସକମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଔଷଧ ଓ ସୂତ୍ରକୁ ଉଭୟ ପକ୍ଷ ସ୍ୱୀକୃତି ପ୍ରଦାନ କରିବେ।

୯- ଦୁଇଦେଶରେ ଏହି ବିଦ୍ୟାର ଚିକିତ୍ସକମାନେ ନିଜର ଇଛା ଅନୁସାରେ ଉଭୟ ଦେଶରେ ଚିକିତ୍ସା କରିବାର ସୁବିଧା ସୁଯୋଗ ପାଇବେ।

୧୦- ପରବର୍ତ୍ତୀ ସମୟରେ ଆବଶ୍ୟକ ପଡିଲେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏହି ବୁଝାମଣାପତ୍ରର ପରିସରକୁ ସମ୍ମତି ଭିତ୍ତିରେ ବୃଦ୍ଧି କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.