Home ଓଡ଼ିଶା ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନାର ମିଆଦ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନାର ମିଆଦ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

192

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ କେତେକ ଯୋଜନାକୁ ମଞ୍ଜୁର ପ୍ରଦାନ କରିଛନ୍ତି।

(କ) ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନାର ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରାଯାଇ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କରାଯାଇଛି।

(ଖ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବାର୍ଷିକ ସୁଧା ହାର ସେହି ୭.୪୦ ରହିବା ବେଳେ ଏହାର ସୁଧ ହାର ପରବର୍ତ୍ତୀ ବର୍ଷଠାରୁ ପ୍ରତି ବର୍ଷ ପରିବର୍ତ୍ତନ କରାଯିବ।

(ଗ) ପ୍ରତିଶ୍ରୁତିବଦ୍ଧ ସୁଧା ହାର ପ୍ରତି ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଲାଗୁ ହେବ। ତେବେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ନିମନ୍ତେ ସଂଶୋଧିତ ସୁଧ ହାରର ସିଲିଂ ୭.୭୫କୁ ବର୍ଷର ଯେକୌଣସି ସମୟରେ ସମୀକ୍ଷା କରାଯିବ।

(ଘ) ଏଲଆଇସି ବଜାର ଦର ହାର ଏବଂ ଏହି ଯୋଜନା ଅଧୀନରେ ରିଟର୍ଣ୍ଣର ସୁନିଶ୍ଚିତ ହାର ମଧ୍ୟରେ ପାର୍ଥକ୍ୟକୁ ବିଚାରକୁ ନେଇ ଅନୁମୋଦନ ଦିଆଯିବ।

(ଉଁ) କ୍ୟାପିଂ ପରିଚାଳନା ଖର୍ଚ୍ଚ ବାର୍ଷିକ ୦.୫% ଯୋଜନାର ପ୍ରଥମ ବର୍ଷ ପାଇଁ ଯୋଜନା ପାଣ୍ଠିର ନୂତନ ନୀତି ସମ୍ବନ୍ଧରେ ଏବଂ ତା’ପରେ ଦ୍ଵିତୀୟ ବର୍ଷଠାରୁ ବାର୍ଷିକ ୦.୩% ପରବର୍ତ୍ତୀ ୯ ବର୍ଷ ପାଇଁ।

(ଚ) ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ବାର୍ଷିକ ସ୍ଥିରୀକୃତି ରିଟର୍ଣ୍ଣ ନିର୍ଦ୍ଧାରଣ ପାଇଁ ଅର୍ଥମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ।

(ଛ) ଯୋଜନାର ଅନ୍ୟ ସମସ୍ତ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଅପରିବର୍ତ୍ତିତ ରହିବ।

ବାର୍ଷିକ ୧୨, ୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବା ପାଇଁ ସର୍ବନିମ୍ନ ବିନିଯୋଗ ରାଶିର ସଂଶୋଧନ କରାଯାଇ ୧, ୫୬, ୬୫୮ ଟଙ୍କା କରାଯାଇଥିବା ବେଳେ ଏହି ଯୋଜନାରେ ମାସିକ ୧, ୦୦୦ ଟଙ୍କା ପେନସନ ପାଇବା ପାଇଁ ବାର୍ଷିକ ୧, ୬୨, ୧୬୨ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆର୍ଥିକ ପ୍ରଭାବ:

ସରକାରଙ୍କ ଆର୍ଥିକ ବୋଝ ଏଲଆଇସିର ବଜାର ରିଟର୍ଣ୍ଣ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ଉପରେ ନିରବରଶୀଳ ହେଉଥିବା ବେଳେ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ୭.୪୦% ଏବଂ ତା’ପରେ ପ୍ରତିବର୍ଷ ଏସସିଏସଏସ ଦ୍ଵାରା ନିର୍ଦ୍ଧାରିତ ନୀତି ଅନୁସାରେ କରାଯିବ। ଏହି ଯୋଜନାର ପରିଚାଳନାଗତ ବ୍ୟୟ ପ୍ରଥମ ବର୍ଷ ନିମନ୍ତେ ସମ୍ପତ୍ତିର ୦.୫% ଏବଂ ଦ୍ଵିତୀୟ ବର୍ଷଠାରୁ ପରବର୍ତ୍ତୀ ୯ ବର୍ଷ ପର୍ଯ୍ୟନ୍ତ ୦.୩%। ଆର୍ଥିକ ବୋଝ ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ୮୨୯ କୋଟି ଟଙ୍କା ଦର୍ଶାଯାଇଥିବା ବେଳେ ୨୦୩୨-୩୩ ବର୍ଷ ବେଳକୁ ଏହା ୨୬୪ କୋଟି ଟଙ୍କାରେ ପହଞ୍ଚିବ। ଏହି ଯୋଜନା ଯୋଗୁଁ ସବସିଡ ବାବଦ ଆର୍ଥିକ ବୋଝ ବର୍ଷକୁ ୬୧୪ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି।

ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ଏକ ସାମାଜିକ ନିରାପତ୍ତା ଯୋଜନା ଯାହାକି ସୁନିଶ୍ଚିତ ସର୍ବନିମ୍ନ ପେନସନ ଦେୟ ମୁତାବକ ପ୍ରଦାନ କରିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.