Odiapua.com

ବିଜେପିରେ ବଡ଼ ପରିବର୍ତ୍ତନ: ରାଷ୍ଟ୍ରୀୟ ସଙ୍ଗଠନ ସଂପାଦକ ରାମଲାଲଙ୍କୁ ଫେରାଇ ନେଲା ସଂଘ

ନୂଆଦିଲ୍ଲୀ: ବିଜେପିରେ ଏକ ବଡ଼ ପରିବର୍ତ୍ତନ ଘଟିଛି।ବିଜେପିର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ରାମଲାଲଙ୍କୁ ସଂଘ ଫେରାଇ ନେଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରେ ସଙ୍ଗଠନ ସମ୍ପାଦକ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ।ସଙ୍ଗଠନ ସମ୍ପାଦକ ପଦବୀ ନିଯୁକ୍ତିରେ ବିଜେପିର କୌଣସି ଭୂମିକା ନଥାଏ।ସଂଘ(ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ତାର ଜଣେ ବରିଷ୍ଠ ପ୍ରଚାରକଙ୍କୁ ଏହି ଦାୟିତ୍ୱ ଦେଇଥାଏ।ସଂଘ ଏବଂ ଭାଜପା ମଧ୍ୟରେ ସମନ୍ୱୟ ରଖିବା ସଙ୍ଗଠନ ସମ୍ପାଦକର ଦାୟିତ୍ୱ ହୋଇଥାଏ।ରାମଲାଲଙ୍କୁ ଭାଜପାରୁ ଫେରାଇ ନେଇ ସଂଘ ତାଙ୍କୁ ଅଖିଳ ଭାରତୀୟ ସହ ସଂପର୍କ ପ୍ରମୁଖ ଦାୟିତ୍ୱ ଦେଇଛି।

ବିଜୟୱାଡ଼ା ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ମାନଙ୍କର ତ୍ରିଦିବସୀୟ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଭି. ସତୀଶଙ୍କୁ ରାମଲାଲଙ୍କ ସ୍ଥାନରେ ସଙ୍ଗଠନ ସମ୍ପାଦକ ଦାୟିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି।ଭି. ସତୀଶଙ୍କ ବ୍ୟତୀତ ବି.ଏଲ ସନ୍ତୋଷ, ଶିବ ପ୍ରକାଶ ଏବଂ ସୌଦାନ ସିଂ ଏବେ ସହ ସଙ୍ଗଠନ ସମ୍ପାଦକ ଦାୟିତ୍ୱରେ ଅଛନ୍ତି।ସଞ୍ଜୟ ଯୋଶୀ ଦାୟିତ୍ୱ ମୁକ୍ତ ହେବା ପରେ ରାମଲାଲ ସଙ୍ଗଠନ ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିଲେ।//ଦେବଦତ୍ତ ରଥ

ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ କ’ଣ ଚାହୁଁଛନ୍ତି?

କିଏ ଚୟନ କଲା ବିରୋଧୀ ଦଳ ନେତା? କେନ୍ଦ୍ର ନେତୃତ୍ୱ, ରାଜ୍ୟ ନେତୃତ୍ୱ, ନିର୍ବାଚିତ ବିଧାୟକ ନାଁ ନବୀନ?