ସାରସ୍ୱତ ସନ୍ୟାସୀ ତଥା ବିଶିଷ୍ଟ ଚିନ୍ତାନାୟକ ମନୋଜ ଦାସଙ୍କ ବିୟୋଗ ସାରା ଭାରତବର୍ଷ ସମେତ ସମଗ୍ର ବିଶ୍ୱ ସାହିତ୍ୟ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିକଲା ଯାହା କେବେବି ପୂର୍ଣାଙ୍ଗ ହେବନି। ବିପ୍ଳବରୁ ଆରମ୍ଭ ଓ ବିବେକାନୁମୋଦିତ ପ୍ରସଙ୍ଗ ଠାରେ ସମାପ୍ତି ତାଙ୍କ ସମଗ୍ର ଜୀବନ। ଶ୍ରୀମା ନିଶ୍ଚୟ ତାଙ୍କୁ କୋଳେଇ ନେବେ- ଏହା ନିଃସନ୍ଦେହ। ପରମାର୍ଥୀ ଆତ୍ମା ଆମ ଗହଣକୁ ଫେରୁ- ଏତିକି କାମନା ।
– ବିଷ୍ଣୁ ସେଠୀ, ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା