ଭୁବନେଶ୍ୱର ୨୬-୬ (ଓଡ଼ିଆ ପୁଅ): ଆଗକୁ ଆସୁଛି ପୌର ଏବଂ ପଞ୍ଚାୟତ ନିର୍ବାଚନ। ଏବେଠୁ ଅଣ୍ଟାଭିଡ଼ିବା ଆରମ୍ଭ କଲାଣି ବିଜେଡ଼ି। ତେଣୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାକୁ ଆରମ୍ଭ କରିହେଇଛି ବିଜେଡି। ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମାରେ ପୂର୍ବର ଏହି ସମ୍ବନ୍ଧିତ ସମସ୍ତ ଆଦେଶକୁ ବାତିଲ୍ କରାଯାଇ ୩୦ ଜିଲ୍ଲାର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଜାଣନ୍ତୁ କାହାକୁ କେଉଁ ଜିଲ୍ଲାର ଦାୟୀତ୍ତ୍ୱ ଦିଆଯାଇଛି।
| ଅନୁଗୁଳ | ଶ୍ରୀ ପ୍ରସନ୍ନ ମୁଦୁଲି |
| ବାଲେଶ୍ୱର | ଶ୍ରୀ ପ୍ରତାପ କେଶରୀ ଦେବ |
| ବରଗଡ | ଶ୍ରୀ ସୁଧୀର କୁମାର ସାମଲ |
| ଭଦ୍ରକ | ଶ୍ରୀ ପ୍ରଣବ ବଳବନ୍ତରାୟ |
| ବଲାଙ୍ଗୀର | ଶ୍ରୀ ସୁଶାନ୍ତ ସିଂ |
| ବୌଦ୍ଧ | ଶ୍ରୀ ସୌଭାଗ୍ୟ ନାୟକ |
| କଟକ | ଶ୍ରୀମତୀ ଉଷା ଦେବୀ |
| ଦେବଗଡ଼ | ଶ୍ରୀ ସୁଶାନ୍ତ ସିଂ |
| ଢେଙ୍କାନାଳ | ଶ୍ରୀ ବିଜୟ ନାୟକ |
| ଗଜପତି | ଶ୍ରୀ ଅତନୁ ସବ୍ୟସାଚୀ ନାୟକ |
| ଗଞ୍ଜାମ | ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ |
| ଜଗତସିଂହପୁର | ଶ୍ରୀ ସମୀର ରଂଜନ ଦାଶ |
| ଯାଜପୁର | ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା |
| ଝାରସୁଗୁଡା | ଶ୍ରୀ ସୁବାଷ ସିଂ |
| କଳାହାଣ୍ଡି | ଶ୍ରୀ ନବ କିଶୋର ଦାସ |
| କନ୍ଧମାଳ | ଶ୍ରୀ ପ୍ରତାପ ଜେନା |
| କେନ୍ଦ୍ରାପଡା | ଶ୍ରୀ ଦେବଶିଶ ସାମନ୍ତରାୟ |
| କେନ୍ଦୁଝର | ଶ୍ରୀ ପ୍ରଣବ ପ୍ରକାଶ ଦାସ |
| ଖୋର୍ଦ୍ଧା | ଶ୍ରୀମତି ପ୍ରମିଳା ମଲ୍ଲିକ |
| କୋରାପୁଟ | ଶ୍ରୀ ଚନ୍ଦ୍ର ସାରଥୀ ବେହେରା |
| ମାଲକାନଗିରି | ଶ୍ରୀ ଚନ୍ଦ୍ର ସାରଥୀ ବେହେରା |
| ମୟୂରଭଞ୍ଜ | ଶ୍ରୀ ପ୍ରଣବ ପ୍ରକାଶ ଦାସ |
| ନବରଙ୍ଗପୁର | ଶ୍ରୀ ତୁଷାରକାନ୍ତି ବେହେରା |
| ନୟାଗଡ଼ | ଶ୍ରୀ ପଦ୍ମନାଭ ବେହେରା |
| ନୂଆପଡ଼ା | ଶ୍ରୀ ଦିବ୍ୟ ଶଙ୍କର ମିଶ୍ର |
| ପୁରୀ | ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ |
| ରାୟଗଡ଼ା | ଶ୍ରୀ ଅତନୁ ସବ୍ୟସାଚୀ ନାୟକ |
| ସମ୍ବଲପୁର | ଶ୍ରୀ ନଳିନୀକାନ୍ତ ପ୍ରଧାନ |
| ସୋନପୁର | ଶ୍ରୀ ପ୍ରଦୀପ କୁମାର ଅମାତ୍ |
| ସୁନ୍ଦରଗଡ | ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ |








