Odiapua.com

ବିବାଦ ସୃଷ୍ଟି କରୁଛନ୍ତି ସୋଫିୟା ..

ଭୁବନେଶ୍ୱର: କଲର୍ସ ଟିଭିରେ ପ୍ରସାରିତ ସଲମାନ୍ ଖାନଙ୍କ ରିଆଲିଟି ସୋ ‘ବିଗ୍ ବସ୍ ସିଜନ୍ -୭’ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ସୋଫିୟା ହାୟାତ୍ ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି। ସୋସିଆଲ୍ ମିଡିଆରେ ସୋଫିୟା ଏପରି କିଛି ଆପତ୍ତିଜନକ ପୋଷ୍ଟ କରି ବିବାଦ ସୃଷ୍ଟି କରିଛନ୍ତି। ସୋଫିଆଙ୍କର ଏପରି ପୋଷ୍ଟକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ କ୍ଷୁବ୍ଧ ଅଛନ୍ତି। ଏହା ଉପରେ ମନ୍ତବ୍ୟ ଦେଉଛନ୍ତି ଏବଂ ତାଙ୍କୁ କ୍ଷମା ମାଗିବାକୁ କହୁଛନ୍ତି। ଏଥିସହିତ ସୋସିଆଲ୍ ମିଡିଆରେ କିଛି ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି ଯେଉଁଥିରେ ସୋଫିଆଙ୍କ ବିରୋଧରେ ଅଭିଯୋଗ କରାଯାଇଛି ବୋଲି ଦାବି କରାଯାଉଛି।

ସୋଫିୟା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ହିନ୍ଦୁମାନଙ୍କ ପାଇଁ ସମ୍ମାନିତ ବିବେଚିତ ହେଉଥିବା ପ୍ରତୀକ “ॐ” ସାମ୍ନାରେ ଅତ୍ୟନ୍ତ ଆପତ୍ତିଜନକ ସ୍ଥିତିରେ ଠିଆ ହୋଇ ଫଟୋ ପୋଜ୍ ଦେଇଛନ୍ତି। ସେହିପରି ଆଉ ଏକ ପୋଷ୍ଟରେ ସୋଫିୟା ଜଣେ ଦେବୀଙ୍କ ଆପତ୍ତିଜନକ ଚିତ୍ର ସେୟାର କରିଛନ୍ତି। ସୋଫିୟାଙ୍କ ଏଭଳି ପୋଷ୍ଟକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ କ୍ଷୁବ୍ଧ ଅଛନ୍ତି ଏବଂ ଏହାକୁ ନେଇ ୟୁଜର୍ସ ସୋଫିଆଙ୍କ ବିରୋଧରେ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି ବୋଲି ଦାବୀ କରିଛନ୍ତି। ଅଭିଯୋଗକାରୀ ଉପଭୋକ୍ତା ଟ୍ୱିଟରରେ ଅଭିଯୋଗର ଏକ ନକଲ ସହିତ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆ ୟୁଜର୍ସ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଇନଷ୍ଟାଗ୍ରାମରେ ହିନ୍ଦୁ ଭାବନାକୁ ଆଘାତ କରିବା ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ନେଇ ସୋଫିୟାଙ୍କ ବିରୋଧରେ ଅଭିଯୋଗ ଆସିଛି। ଆମେ ଆଶା କରୁଛୁ ଯେ ଏଭଳି ଲୋକ ଏବଂ ଆକାଉଣ୍ଟ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ, ଏଥିରେ ଅଟକି ଯାଇ ନାହାଁନ୍ତି ସୋଫିଆ। ଆଜି ପୁଣି ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଅତ୍ୟନ୍ତ ଆପତ୍ତିଜନକ କଥା ଲେଖି ପୋଷ୍ଟ କରିଛନ୍ତି। ଯାହା ଆମେ ଏଠାରେ ପ୍ରକାଶ କରିବା ସମ୍ଭବ ନୁହେଁ। ସୂଚନାଯୋଗ୍ୟ ଯେ ସୋଫିୟା ପୂର୍ବରୁ ମଧ୍ୟ ପାଦରେ ସ୍ୱସ୍ତିକ୍ ଚିହ୍ନ ଟାଟୁ କରିବା ସହ ଏପରି ଅନେକ ବିବାଦୀୟ ପୋଷ୍ଟ କରି ଆସୁଛନ୍ତି। ଦେଖାଯାଉଛି ସଲମାନ୍ ଖାନ୍ ତାଙ୍କର “ବିଗ୍ ବସ୍” ସିରିଏଲ୍ ପାଇଁ ଚୟନ କରୁଥିବା ପ୍ରତିଯୋଗୀମାନେ ନିଜକୁ ଚର୍ଚ୍ଚାରରେ ରଖିବା ପାଇଁ ଅନେକ ସମୟରେ ହିନ୍ଦୁ ଧର୍ମକୁ ଆଘାତ କରିବା ପରି ମନ୍ତବ୍ୟ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବିବାଦ ସୃଷ୍ଟି କରୁଛନ୍ତି। – ଦେବଦତ୍ତ ରଥ

ଦିନେ ଲୋକଙ୍କ ନଜରରେ ରିଅଲ୍ ଭିଲେନ୍ ହୋଇଯାଇଥିଲେ ମହାଭାରତ ସିରିଏଲର ଦୁର୍ଯ୍ୟୋଧନ .. ତେବେ କାହିଁକି?