Home ଓଡ଼ିଶା ଚୀନ୍‌ର ସେନା ପଛକୁ ନ ଫେରିବାରୁ, କର୍ଣ୍ଣେଲ ସନ୍ତୋଷ ବାବୁ କଥା ହେବାକୁ ଯାଇଥିଲେ, ତା’ପରେ...

ଚୀନ୍‌ର ସେନା ପଛକୁ ନ ଫେରିବାରୁ, କର୍ଣ୍ଣେଲ ସନ୍ତୋଷ ବାବୁ କଥା ହେବାକୁ ଯାଇଥିଲେ, ତା’ପରେ ତାଙ୍କୁ ହେଲା ଆକ୍ରମଣ – ସହିଦ୍ ହେଲେ

2012

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଗାଲୱାନ୍ ଭ୍ୟାଲିରେ ଚୀନ୍ ସେନା ସହିତ ହିଂସାତ୍ମକ ସଂଘର୍ଷରେ ସହିଦ ହୋଇଛନ୍ତି କର୍ଣ୍ଣେଲ ବି. ସନ୍ତୋଷ ବାବୁ। ସେ ସୋମବାର ଦିନ ଚୀନ୍ ସୈନିକଙ୍କ ସହ ଆଲୋଚନା କରିବା ପାଇଁ ଯାଇଥିଲେ, କିନ୍ତୁ ସୋମବାର ବିଳମ୍ବିତ ରାତିରେ ହିଂସାରେ ସେ ସହିଦ ହୋଇଥିଲେ।

କର୍ଣ୍ଣେଲ ସନ୍ତୋଷ ବାବୁ, ମୂଳତଃ ତେଲେଙ୍ଗାନାର ସୂର୍ଯ୍ୟପତ ଜିଲ୍ଲାର ବାସିନ୍ଦା। ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ। ଏହାପୂର୍ବରୁ ସେ ସୀମାରେ ତିକ୍ତତା କମ କରିବା ପାଇଁ ଅନେକ ବୈଠକର ନେତୃତ୍ୱ ନେଇଥିଲେ।

ଜାତୀୟ ଗଣ ମାଧ୍ୟମ ଖବରରୁ ପ୍ରକାଶ ଯେ, ସୋମବାର ରାତିରେ ଯେତେବେଳେ ଚୀନ୍ ସେନା କାର୍ଯ୍ୟସୂଚୀ ଅନୁଯାୟୀ ପଛକୁ ଫେରି ନଥିଲା, କର୍ଣ୍ଣେଲ ବାବୁ ନିଜେ ସେମାନଙ୍କ ସହ କଥା ହେବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ଚୀନ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା, ଏହା ପରେ ଭାରତୀୟ ସୈନିକମାନେ ମଧ୍ୟ ଏହାର ଉତ୍ତର ଦେଇଥିଲେ।

ଏହାପରେ ଉଭୟ ପକ୍ଷରୁ ହିଂସା ସୃଷ୍ଟି କରିଥିଲା। ପଥର ଓ ଲାଠି ଚାଲିଲା। ଉଭୟ ପାର୍ଶ୍ୱରୁ ଅନେକ ଲୋକ ଆହତ ହୋଇଥିଲେ। ଅନେକ ମଧ୍ୟ ନିଖୋଜ ହୋଇଯାଇଥିଲେ, ଯଦିଓ ସେମାନେ ପରେ ଫେରିଥିଲେ।

କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପିତାମାତା, ପତ୍ନୀ ଏବଂ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

ଏହି ରକ୍ତାକ୍ତ ସଂଘର୍ଷରେ ୧୬ ବିହାର ରେଜିମେଣ୍ଟର ଦୁଇଜଣ ସୈନିକ ମଧ୍ୟ ସହିଦ୍ ହୋଇଛନ୍ତି।

ସୂଚନାଯୋଗ୍ୟଯେ, ଯେ ଏହି ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ଖବର ମିଳିଛି। ଏଥି ସହିତ ପ୍ରାୟ ୪୩ ଚୀନ ସୈନିକ ମୃତାହତ ହୋଇଛନ୍ତି। ଚାଇନାର ହେଲିକ୍ୟାପଟର ସେମାନଙ୍କୁ ନେବାପାଇଁ LAC ରେ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.