ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଆମ୍ ଆଦମୀ ପାର୍ଟିର ବିଧାୟକ ଆତିଶି କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସେ ଏବେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
ସୂଚନାଯୋଗ୍ୟଯେ, ପୂର୍ବରୁ ପାର୍ଟିର ସହକର୍ମୀ ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଅକ୍ସିଜେନ୍ ସହାୟତାରେ ହସ୍ପିଟାଲରେ ଅଛନ୍ତି। କିନ୍ତୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।
ଏହା ପୂର୍ବରୁ ଜୁନ୍ ୯ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମାନ୍ୟ ଜ୍ୱର ଏବଂ ଗଳା ଯନ୍ତ୍ରଣା ଅଭିଯୋଗ କରିବା ପରେ କରୋନାଭାଇରସ୍ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।