Odiapua.com

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା – ଆସନ୍ତା ପାଞ୍ଚ ଦିନ ପ୍ରବଳ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨-୩ ଦିନ ମଧ୍ୟରେ ଓଡିଶାର କିଛି ଅଂଶକୁ ଯିବାର ସମ୍ଭାବନା ଅଛି।

୧୧ ଜୁନ୍ ପାଖାପାଖି ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।

ପ୍ରଥମ ଦିନ ୦୮- ୦୬ ସନ୍ଧ୍ୟା ସାଢ଼େ ଛଅଟାରୁ ୦୯ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଦକ୍ଷିଣ ଓଡ଼ିଶାର ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୧ – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୁଆପଡା, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨ – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକରେ ବଜ୍ରପାତ ଏବଂ କାଳବୈଶାଖୀ ପବନ ବହିବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା।

ଦ୍ୱିତୀୟ ଦିନ ୦୯- ୦୬ ସକାଳ ସାଢ଼େ ଆଠଟାରୁ ୧୦ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୧ – କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ୍, ନବରଙ୍ଗପୁର, କୋରାପୁଟ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

୨ – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାଗୁଡ଼ିକରେ ବଜ୍ରପାତ ଏବଂ କାଳବୈଶାଖୀ ପବନ ବହିବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା।

ତୃତୀୟ ଦିନ ୧୦- ୦୬ ସକାଳ ସାଢ଼େ ଆଠଟାରୁ ୧୧ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୧ – ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ.ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କନ୍ଧମାଳ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨ – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଜିଲ୍ଲାଗୁଡ଼ିକରେ ବଜ୍ରପାତ ଏବଂ କାଳବୈଶାଖୀ ପବନ ବହିବାର ସମ୍ଭାବନା ଅଛି।

୪ର୍ଥ ଦିନ ୧୧- ୦୬ ସକାଳ ସାଢ଼େ ଆଠଟାରୁ ୧୨ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରୁହନ୍ତୁ)

୧ – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜିଲ୍ଲା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୨ – ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।

୫ମ ଦିନ ୧୨- ୦୬ ସକାଳ ସାଢ଼େ ଆଠଟାରୁ ୧୩ – ୦୬ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରହିବେ)

ଓଡ଼ିଶାର ଅଧିକାଂଶ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ଅବଶିଷ୍ଟ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି।

୧ – ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ, ବୌଦ୍ଧ, କଳାହାଣ୍ଡି, ନୁଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଳ୍ପରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

ଏହାର ପ୍ରଭାବରେ :

୧ – କେତେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି ଏହା ସହିତ କେତେକ ତଳିଆ ଅଞ୍ଚଳରେ ପାଣି ମାଡ଼ିଯିବାର ସମ୍ବାବନା ରହିଛି।

୨ – କଚା ରାସ୍ତାର କ୍ଷତି ହେବାର ସମ୍ଭାବନା ରହିଛି।

୩ – ଟ୍ରାଫିକ୍ ସମସ୍ୟା ଏବଂ ମ୍ୟୁନିସିପାଲିଟି ସହରାଞ୍ଚଳରେ ଜଳମଗ୍ନ ହେବାର ସମ୍ବାବନା।

୪ – କେତେକ କ୍ଷେତ୍ରରେ ଉଦ୍ୟାନ କୃଷି ଫସଲ / ପନିପରିବା କ୍ଷତି ହେବାର ସମ୍ବାବନା ରହିଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

୨ – ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଜିଲ୍ଲା ଉପରେ ସ୍ଥାନ, ଦେବଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବାଲେଶ୍ୱର, ଭଦ୍ରକ୍, ଯାଜପୁର, କେନ୍ଦ୍ରାପଡା, କଟକ ଜିଲ୍ଲା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛି।

ତାପମାତ୍ରା ପୂର୍ବାନୁମାନ:

ଆସନ୍ତା ୨ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

ଆସନ୍ତା ୦୫ ଦିନ ପାଇଁ ଓଡିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ଉତ୍ତର ବଙ୍ଗୋପସାଗର ଉପରେ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଭୂପୃଷ୍ଠ ପବନର ବେଗ ୪୦ -୫୦ କିଲୋମିଟର ଏହଂ ପବନର ଝଟକା ୬୦ କିଲୋମିଟର ବେଗ ପର୍ଯ୍ୟନ୍ତ ପହଂଚିପାରେ।

ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଉପକୂଳରେ ଲାଗିଥିବା ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଯିଏ ଗଭୀର ସମୁଦ୍ର ଅଞ୍ଚଳରେ ଅଛନ୍ତି, ଦଶ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।