ବିଶାଖାପାଟନମ୍ – ୧-୮ (ଓଡିଆ ପୁଅ) ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ହିନ୍ଦୁସ୍ଥାନ ସିପ୍ୟାର୍ଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କ୍ରେନ୍ ପଡ଼ିଯିବାରୁ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
କୁହାଯାଇଛି ଯେ, ଲୋଡିଂ କାମ ଚାଲୁ ଥିବାବେଳେ କ୍ରେନ ଖସିପଡିଲା ଏହାଫଳରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଗୁରୁତର ଅଛନ୍ତି।
ଗୁରୁତରମାନଙ୍କୁ ହସ୍ପିଟାଲକୁ ନିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ।
ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଡିସିପି ସୁରେଶ ବାବୁ କହିଛନ୍ତି ଯେ ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
କୁହାଯାଉଛି ଯେ ଏକ ନୂଆ କ୍ରେନ୍ ସ୍ଥାପନ କରିବା ପରେ ଏହାକୁ ପରୀକ୍ଷା କରାଯାଉଥିଲା। ଏହି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ।








