Home ଜିଲ୍ଲା ପରିକ୍ରମା ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟ କୋଷ୍ଟ ରେଳବାଇ ଓ ବାପୁଜୀ ଭୁବନେଶ୍ୱର...

ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟ କୋଷ୍ଟ ରେଳବାଇ ଓ ବାପୁଜୀ ଭୁବନେଶ୍ୱର ବିଜୟୀ

7

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନେତାଜୀ ମିନି ଷ୍ଟାଡିୟମ୍ ପୁରୁଷୋତ୍ତମପୁର ବନ୍ତ ପଡିଆରେ ଆଜି ଠାରୁ ୨୨ତମ ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଉଦ୍‌ଘାଟନି ମ୍ୟାଚ ପ୍ରଗତି ସ୍ପୋଟିଂ ଭୁବନେଶ୍ୱର ବନାମ୍‌, ଇଷ୍ଟ କୋଷ୍ଟ ରେଳବାଇ ଭଦ୍ରକ ମଧ୍ୟରେ ହୋଇଥିଲା । ପ୍ରଗତି ସ୍ପୋଟିଂ ଭୁବନେଶ୍ୱର ଟସ୍ ଜିଣି ଇଷ୍ଟ କୋଷ୍ଟ ରେଳବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇଷ୍ଟ କୋଷ୍ଟ ରେଳବାଇ ନିର୍ଦ୍ଧାରିତ ୨୦ ଓଭରରେ ୩ଗୋଟି ଉଇକେଟ୍ ହରାଇ ୧୮୭ ରନ୍ କରିଥିଲା । ଦଳ ପକ୍ଷରୁ ଆକାଶ ମହାପାତ୍ର ୪୦ବଲ୍‌ରୁ ଧୁଆଁଧାର ୭୬ ରନ୍ କରିଥିଲେ । ଜବାବ୍ ୧୯ ଓଭରରେ ସମସ୍ତ ଉଇକେଟ୍ ହରାଇ ପ୍ରଗତି ସ୍ପୋଟିଂ ୧୦୭ ରନ୍ କରି ପରାଜୟ ବରଣ କରିଥିଲା । ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍ ଜିମ୍‌ଖାନା ରାଉଲକେଲା ବନାମ୍ ବାପୁଜୀ କ୍ଲବ ଭୁବନେଶ୍ୱର ମଧ୍ୟରେ ହୋଇଥିଲା । ଟସ୍ ଜିଣି ଜିମ୍‌ଖାନା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୦ ରନ୍ କରିଥିଲା । ଦଳ ପକ୍ଷରୁ ୱାଲ୍‌ଟର୍ ଟପ୍ପୋ ୨୫ ବଲ୍ ରୁ ସର୍ବାଧିକ ୩୩ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର୍ କ୍ଷମାସାଗର ବଳ ୪ ଓଭରରେ ୧୦ ରନ୍ ଦେଇ ମୁଲ୍ୟବାନ ୪ଗୋଟି ଉଇକେଟ୍ ଅକ୍ତିଆର କରିଥିଲେ ।

୧୨୧ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ବାପୁଜୀ କ୍ଲବ ୧୩ ଓଭରରେ ୪ ଉଇକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଅଧିନାୟକ ସିଦ୍ଧାନ୍ତ ଜେନା ୨୮ ବଲ୍‌ରୁ ୪୨ରନ୍ କରିଥିଲେ । ଆଜିର ବିଜେତା ଦଳ ଆସନ୍ତା ଶନିବାର ସେମିଫାଇନାଲ୍ ଖେଳିବେ । ମ୍ୟାଚ୍‌କୁ ଶାନ୍ତନୁ ରାଉତ, ସାର୍ଥକ ବିଶ୍ୱାଳ, ରଞ୍ଜନ ମହାନ୍ତି ଓ ଅଶୋକ ଜେନା ଅମ୍ପାରିଂ କରିଥିବା ବେଳେ ସ୍କୋର୍‌ରେ ସରୋଜ ଜେନା ଓ ଭାଗିରଥି ନାୟକ ଥିଲେ । ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ଅପୂର୍ବ ଚଣ୍ଡ, ଏସ୍‌କେ ଆଝାରୁବ୍ଦିନ୍ ଦାୟିତ୍ୱ ତୁଲାଇଥିଲେ । ସହିଦ୍ ଭଗତ ସେନାର ଆବାହକ ସିତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ମ୍ୟାନ୍ ଅଫ ଦି ମ୍ୟାଚ୍ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ । ସକାଳେ ଏହି ଟୁର୍ଣ୍ଣାମେଣ୍ଟକୁ ବନ୍ତ ସରପଞ୍ଚ ମାନସି ରାଣୀ ରାଉତ ଉଦ୍‌ଘାଟନ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ, ସମ୍ପାଦକ ସୁବାଶ ଚନ୍ଦ୍ର ବିଶ୍ୱାଳ, ଉପଦେଷ୍ଟା ଉମାକାନ୍ତ ନାୟକ, ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ମୁକ୍ତିକାନ୍ତ ସାହୁ, ଅଜୟ ନାୟକ, ଶୁଭେନ୍ଦ୍ର କୁମାର ମିଶ୍ର, ବିଜୟ ମଜୁମଦାର , କେଦାର ମହାନ୍ତି, ପ୍ରଦିପ ନାୟକ ପ୍ରମୁଖ ଅତିଥି ଥିଲେ । କାହ୍ନା ନାୟକ, ସଞ୍ଜିବ ବେହେରା, ଜ୍ୟୋତିରଞ୍ଜନ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା କାଲି ପୁଲ୍ ବି ର ମ୍ୟାଚ୍ ବିଶାଖାପାଟ୍‌ନମ୍ ରେଳବାଇ, ସି.ଟି.ସି ଜାମ୍‌ସେଦ୍‌ପୁର, ଏନ୍‌.ଏନ୍‌.ଏସ୍ କ୍ରିକେଟ୍ ଆଲ୍ଲାବାଦ୍ ଏବଂ ୟୁନାଇଟେଡ୍ ଇଲେଭେନ୍ ଗଞ୍ଜାମ ମଧ୍ୟରେ ଖେଳା ଯିବ ବୋଲି ସମ୍ପାଦକ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.