Home ଜିଲ୍ଲା ପରିକ୍ରମା ଅବହେଳିତ ମନ୍ଦିର ସମୂହର ଉନ୍ନତି ପାଇଁ ଦାବିପତ୍ର ପ୍ରଦାନ

ଅବହେଳିତ ମନ୍ଦିର ସମୂହର ଉନ୍ନତି ପାଇଁ ଦାବିପତ୍ର ପ୍ରଦାନ

50

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତର ବାବୁରିଗାଁ ଗ୍ରାମରେ ଥିବା ମନ୍ଦିର ସମୂହର ଉନ୍ନତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହି ଗ୍ରାମରେ ଏକ ବେଦୀ ଉପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିନିମୂର୍ତ୍ତି, ଶ୍ରୀସ୍ୱପ୍ନେଶ୍ୱର ମହାଦେବ, ଆଦ୍ୟାଶକ୍ତି ଜରଦ୍ ଜାଗ୍ରତ ଗୌରୀ (ବୁଢ଼ୀ ଜାଗୁଳାଈ), ଅରୁଣ ଦେବ, ପ୍ରଭୁଙ୍କ ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ରହିଛି । ଯାହା ଏକ ଅତ୍ୟନ୍ତ ପବିତ୍ର ଓ ଆଧ୍ୟାତ୍ମିକ ସ୍ଥଳ । ଏହି ଗ୍ରାମରେ ଶ୍ରୀଜଗନ୍ନାଥ ଗ୍ରନ୍ଥିଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ମଶାନ ଆଦି ରହିଛି । ମାତ୍ର ବିଡ଼ମ୍ବନାର ବିଷୟ ଯେ ଏହି ଗ୍ରାମକୁ ଯାତାୟତ ନିମନ୍ତେ ସର୍ବକାଳୀନ ରାସ୍ତାଟିଏ ନାହିଁ କି ଏହି ପବିତ୍ର ପୀଠର ଉନ୍ନତି ପାଇଁ କାହାରି ନଜର ପଡ଼ୁନାହିଁ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉନ୍ନୟନ ପାଇଁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ ଗ୍ରାମ ଓ ମନ୍ଦିର ନିକଟକୁ ସର୍ବକାଳୀନ ସ୍ଥାୟୀ ଚଉଡ଼ା ପକ୍କା ରାସ୍ତା, ମନ୍ଦିର ପ୍ରବେଶ ପଥରେ ସୁସଜ୍ଜିତ ଖମ୍ବ, ଗ୍ରାମାଞ୍ଚଳର ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପକ୍‌କା କୋଠରୀ, ଶ୍ରୀମଦ୍ ଭାଗବତ ଗାଦିର ବିମାନ ସଂରକ୍ଷଣ ଗୃହ, ଜାତୀୟ ବିପତ୍ତିକାଳୀନ ସୁରକ୍ଷା ଗୃହ, ପ୍ରବଚନ କକ୍ଷ, ଯଜ୍ଞକକ୍ଷ, ପାନୀୟ ଜଳର ବ୍ୟବସ୍ଥା, ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବାକୁ ଭଗବାନ ପତି, ପ୍ରବୋଧ କୁମାର ଦାଶ, ଡ. ମାନସରଞ୍ଜନ ଦାଶମିଶ୍ର, ଜ୍ଞାନରଂଜନ ଦାଶ, ନିରଞ୍ଜନ ଦାସ, ସତ୍ୟବ୍ରତ ସାହୁ, ନାରାୟଣ ଚନ୍ଦ୍ର ଧଳ, ଶୁଭ୍ରାଂଶୁ ଶେଖର ବେହେରା, ରଜନୀରାଣୀ ଧଳ, ମଞ୍ଜୁଲତା ବେହେରା, ତପନ ଯେନା ପ୍ରମୁଖ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.