Home ଜିଲ୍ଲା ପରିକ୍ରମା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଭଦ୍ରକ ଜିଲା ବିଜେପି

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଭଦ୍ରକ ଜିଲା ବିଜେପି

47

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଯୋଧ୍ୟାରେ ଦୀର୍ଘବର୍ଷର ଆଶାକୁ ପୂରଣ କରି ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପାଦନ ସହ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆନ୍ତରିକତା ଓ ତ୍ୟାଗ ପାଇଁ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା ଶାଖା ପକ୍ଷରୁ ଅନୁଷ୍ଠିତ ବିଶେଷ ବୈଠକରେ ଧନ୍ୟବାଦ ଅର୍ପଣ କରାଯାଇଛି । ଦଳର ଜିଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ଠାର ସହ ଉପବାସ ବ୍ରତ ପାଳନ କରି ପ୍ରାଣ ପ୍ରତିଷ୍ଠା କରିଥିବା ପ୍ରଧାନମନ୍ତ୍ରୀ ବିଶ୍ୱରେ ଜଣେ ଅଦ୍ୱିତୀୟ ନେତା ଓ ସେବକ ଭାବରେ କାର୍ଯ୍ୟ ସଂପାଦନ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହାଦ୍ୱାରା ଦେଶର ପର୍ଯ୍ୟଟନ ଓ ଆର୍ଥିକ ଅଭିବୃଦ୍ଧି ସହ ଦେଶବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ପୂରଣ ହୋଇପାରିଛି ବୋଲି ମତବ୍ୟକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମର ଜିଲା ସଂଯୋଜକ କମଳାକାନ୍ତ ସୂତାରଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ମନସ୍ମିତା ଖୁଣ୍ଟିଆ, ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ସଂପାଦିକା ତପସ୍ୱିନୀ ମହାପାତ୍ର, ବସୁମିତ୍ରା ସାହୁ, ଉର୍ମିଳା ସେଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ପ୍ରଭାକର ସାମଲ, ବିକାଶ ପାଢୀ, ଅନିଲ ବେହେରା, ବସନ୍ତ ବେହେରା ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଧନ୍ୟବାଦ ପ୍ରସ୍ତାବରେ ଆଲୋଚନା କରିବା ସହ ସ୍ୱାକ୍ଷର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.