Home ଜିଲ୍ଲା ପରିକ୍ରମା ଚାକିରୀ ଦେବାକୁ କହି ୧୦ଲକ୍ଷ ଲୁଟିଥିବା ଯୁବକକୁ କାବୁ କଲେ ଗ୍ରାମବାସୀ,ପୁଲିସକୁ ଜିମାଦେଲେ

ଚାକିରୀ ଦେବାକୁ କହି ୧୦ଲକ୍ଷ ଲୁଟିଥିବା ଯୁବକକୁ କାବୁ କଲେ ଗ୍ରାମବାସୀ,ପୁଲିସକୁ ଜିମାଦେଲେ

22

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରୀ କରାଇଦେବାକୁ କହି ୧୦ଲକ୍ଷ ଲୁଟିଥିବା ଯୁବକୁ କାବୁ କରି ବାଂଶଡା ପୁଲିସକୁ ହସ୍ତାନ୍ତରିତ କରିଛନ୍ତି ଗ୍ରାମବାସୀ ।ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅଧିନସ୍ତ ନୂଆଗାଁ ଇଛାପୁର ଗ୍ରାମର ୨୪ଜଣ ଯୁବକ ଜଣକରି ୪୦ହଜାର କରି ସମୁଦାୟ ୯ଲକ୍ଷ ୬୦ହଜାର ଟଙ୍କା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅର୍ନ୍ତଗତ କାଙ୍କଡିଆ ଗ୍ରାମର ଦେବବ୍ରତ ଜେନାକୁ ଦେଇଥିଲେ । ସଂପୃକ୍ତ ଦେବବ୍ରତ ୧ବର୍ଷ ହେବ ଏହି ଯୁବକ ମାନଙ୍କୁ ବିଦେଶରେ ଚାକିରୀ କରାଇଦେବ ବୋଲି ଠକି ଚାଲିଥିଲା । ଦୀର୍ଘ ୧ବର୍ଷ ହେବ ୧୦ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ଆଜି ନୁହେଁ କାଲି ତୁମ ମାନଙ୍କର ଭିସା ,ପାସପୋର୍ଟ ଆସିବ ବୋଲି କହି ଗଡାଇଚାଲିଥିଲା । ଗତକାଲି ସଂପୃକ୍ତ ଯୁବକ ଜଣକ କିଛି ନକଲି ଭିସା ଏବଂ ନିଯୁକ୍ତି ପତ୍ର ଆଣି ଟଙ୍କା ଦେଇଥିବା ଯୁବକ ମାନଙ୍କୁ ଡାକି ନୂଆଗାଁ ଇଛାପୁରରେ ଦେଇଥିଲା । କୌଣସି ସୂତ୍ରରୁ ଏହା ନକଲି ବୋଲି ଜାଣିବା ପରେ ନୂଆଗାଁ ଇଛାପୁର ଗ୍ରାମବାସୀ ଏବଂ ସଂପୃକ୍ତ ଯୁବକ ମାନେ ଦେବବ୍ରତକୁ କାବୁ କରି ଏକ ଘରେ ଚାବି ପକାଇ ରଖିବା ସହ ବାଂଶଡା ପୁଲିସକୁ ଖବର ଦେଇଥିଲେ । ବାଂଶଡା ପୁଲିସ ସେହିସ୍ଥାନରେ ପହଂଚି ଅଟକ ରହିଥିବା ଦେବବ୍ରତ କୁ ବାଂଶଡା ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାଯାଇଛି । ଏହି ସୂତ୍ରରେ ବିଦେଶରେ ଚାକିରୀ କରାଇ ଦେବାକୁ କହି ଅର୍ଥ ଆଦାୟ କରୁଥିବା ସଂସ୍ଥାର ଏହି ଚେର ଚାନ୍ଦବାଲିରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଏବଂ ଭୂବନେଶ୍ୱରକୁ ଲମ୍ବିଥିବା ସନ୍ଦେହ କରାଯାଉଛି । ତୁରନ୍ତ ଏହାର ବିଦ୍ଧିବଦ୍ଧ ତଦନ୍ତ ହେଲେ ଏହି ଠକ ସଂସ୍ଥା ବିରୁଦ୍ଧରେ ବହୁତ କିଛି ଅଜଣା ସତ୍ୟ ବାହାରକୁ ଆସିବା ସହ ବିଦେଶରେ ଚାକିରୀ କରିବା ମୋହ ରୁ ସାଧାରଣ ଜନତା ବର୍ତିଯାଇ ପାରନ୍ତେ ବୋଲି ଚର୍ଚା ଚାଲିଛି । ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଦେବବ୍ରତ ବାଂଶଡା ଥାନାରେ ଅଟକ ଥିବା ବେଳେ ଠକାମିର ଶିକାର ହୋଇଥିବା ଯୁବକ ଅଥବା ସେମାନଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ସଂପୃକ୍ତ ଥାନାଧିକାରୀ ଦେବରାଜ ଜେନା ଲିଖିତ ଅଭିଯୋଗ ଅପେକ୍ଷାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.