Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ଯାଜପୁର ଏକାଦଶ

ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ଯାଜପୁର ଏକାଦଶ

33

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମଞ୍ଜୁରୀରୋଡ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ କ୍ୱାଟର ଫାଇନାଲ ବୁଧବାର ବି.ଏମ.ସି. ଗୋଲକୁଣ୍ଡା ଓ ଯାଜପୁର ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଛି । ଯାଜପୁର ଏକାଦଶ ସେମିରେ ପ୍ରବେଶ କରିଛି । ଗୋଲକୁଣ୍ଡା ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା । ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୩ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ମନୁ ରାମ ୫୧ ଓ ଶୁଭମ ସାହୁ ୪୭ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ରଜନୀକାନ୍ତ ଦାସ ୪ ଓଭର ବୋଲିଂ କରି ୨୯ ରନ ଦେଇ ୨ ଉଇକେଟ ଓ ଦିପେନ୍ଦ୍ର ଯାଦବ ୪ ଓଭର ବୋଲିଂ କରି ୪୩ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଯାଜପୁର ଏକାଦଶ ୧୯.୨ ଓଭରରେ ୩ ଉଇକେଟ ହରାଇ ୧୬୪ ରନ କରି ୭ ଉଇକେଟରେ ବିଜୟ ଲାଭ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ବିଭୂତି ଭୂଷଣ ଭୂୟାଁ ୬୪ ରନ ଓ ରଣଜିତ ମହାକୁଡ ୪୧ ରନ ହାସଲ କରିଥିଲେ । ବିପକ୍ଷ ବୋଲର ଅବଦୁଲ ମୁଜିବ ଖାଁ ୪ ଓଭର ବୋଲିଂ କରି ୧୭ ରନ ଦେଇ ୧ ଉଇକେଟ ଓ ବାବୁ ଧଳ ୪ ଓଭର ବୋଲିଂ କରି ୩୫ ରନ ଦେଇ ୧ ଉଇକେଟ ଅକ୍ତିଆର କରିଥିଲେ । ବିଭୂତି ଭୂଷଣ ଭୂୟାଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଏହାସହ ଉତ୍ତମ ଦେଖଣାହାରୀ ଭାବେ ଛାତ୍ର ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା । ସତ୍ୟବ୍ରତ ଜେନା ଓ କାଳନ୍ଦୀ ପଣ୍ଡା ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ନରେନ୍ଦ୍ର ଜେନା ମ୍ୟାଚ ରେଫରୀ, ପ୍ରତ୍ୟୁଷ ସାହୁ, ସଞ୍ଜୟ ଓ ନାଗା ଧାରାବିବରଣୀ ପ୍ରଦାନ କରିଥିଲେ । ସନ୍ତୋଷ ଖଣ୍ଡାଇ ଓ ଅଜୟ କୁମାର ବାରିକ ସ୍କୋରର ଦାଇତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.