Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

37

ଭଦ୍ରକ, ୩୦ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ନିର୍ଦ୍ଦେଶ ମତେ ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୧ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସହକାରୀ ନିର୍ଦ୍ଦେଶକ ଯୋଜନା ଓ ପର୍ଯ୍ୟବେକ୍ଷଣ ମହେଶ ଚନ୍ଦ୍ର ସ୍ୱାଇଁ, ବନ୍ତ ବି.ଡ଼ି.ଓ. ପ୍ରଦୀପ କୁମାର ସେଠୀ, ଭଣ୍ଡାରିପୋଖରୀ ତହସିଲଦାର ସରୋଜ କାନ୍ତ ନାୟକ, ଡି.ଏସ୍‌.ପି. ପୁଷ୍ପିତା ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ନାୟକ ଓ ପ୍ରଣୟ କୁମାର ନାୟକ, ସି.ଡ଼ି.ଭି.ଓ ଡ. ହୃଷିକେଶ ବେହେରା, ଡି.ଏସ୍‌.ଏବ୍ଲୁ ଓ ପୁଷ୍ପଲତା ପାତ୍ର, ଇ.ଓ. ଚାନ୍ଦବାଲି ସତ୍ୟପ୍ରକାଶ ତ୍ରିପାଠୀ, ରେଞ୍ଜର ସୁଷମା ସାହୁ, ଡି.ଆଇ.ସି. ସୂର୍ଯ୍ୟକାନ୍ତ ବେହେରା, ଧାମନଗର ତହସିଲଦାର ଦୀପକ କୁମାର ଦାସ, ଏ.ଆର୍‌.ସି.ଏସ୍‌. ପ୍ରତିତା ଜେନା, ଇ.ଓ. ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ସହ ବିଭିନ୍ନ କାର୍ଯ୍ୟାଳୟର ସଂପୃକ୍ତ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ବିଶେଷ କରି ଅନ୍‌ଲାଇନ୍‌ରେ ୧୭ଟି ପଏଣ୍ଟରେ ପ୍ରୋଆକ୍ଟିଭ୍ ଡିସ୍‌କ୍ଲୋଜର ଓ ମ୍ୟାନେଜ ପ୍ରୋଫାଇଲ୍‌ରେ ଅପଡେଟ୍ କରାଯିବା ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ ହର ପ୍ରସାଦ ପରିଡ଼ା ଆଭାସି ଜରିଆରେ ପ୍ରାଞ୍ଜଳ ଭାବେ ସବିଶେଷ ବିଷୟ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.