Home ଜିଲ୍ଲା ପରିକ୍ରମା ନାଲଗରା କପିଳ ମକର ମହୋତ୍ସବ ଉଦ୍‌ଯାପିତ

ନାଲଗରା କପିଳ ମକର ମହୋତ୍ସବ ଉଦ୍‌ଯାପିତ

4

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବାଣିତିଆ ପଞ୍ଚାୟତ ନାଲଗରା ଠାରେ ଚାଲିଥିବା ନବମ ବାର୍ଷିକ କପିଳ ମୁନୀ ମକର ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନରେ ଆଶ୍ରମ କମିଟିର ପୂର୍ବତନ ସଭାପତି ୰କପିଳ ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କପିଳ ମାଝୀ ସ୍ମୃତି ସମ୍ମାନ ସମାରୋହ ସଭାର ଆୟୋଜନ କରାଯାଇଥିଲା । ସଭାକୁ ଶିକ୍ଷାବିତ୍ ନରେନ୍ଦ୍ର କୁମାର ଚୌଧୁରୀ ପରିଚାଳନା କରିଥିଲେ । ଏଥିରେ ଇଂ ଚକ୍ରଧର ଜେନା, ଶିକ୍ଷାବିତ୍ ଗଗନ ବିହାରୀ ମହାପାତ୍ର, ମୁଖ୍ୟ ଉଦ୍ୟେକ୍ତା ସାବିତ୍ରୀ ମାଝୀ, ସୁଦର୍ଶନ ପାଢୀ, ରମେଶ କୁମାର ଯେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମେଳାର ପୌରାଣିକ ଗାଥା ଉପରେ ଆଲୋକପାତ କରିଥିଲେ । ସଂଯୋଜକ ଶଙ୍କର୍ଷଣ ଦାସ ଅଞ୍ଚଳବାସୀଙ୍କ ଆକୁଣ୍ଠ ସହଯୋଗକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଏହି ଅବସରରେ ସଂପୃକ୍ତ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଆଦର୍ଶ ଯୁବକ, ଆଦର୍ଶ ଛାତ୍ର ଛାତ୍ରୀ, ନାଲଗରା ହାଇସ୍କୁଲରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଓ ସର୍ବୋପରି ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗିଙ୍କୁ ଅର୍ଥ ରାଶି, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ କପିଳ ମାଝୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶୁକଦେବ ରାଉଳ,ଭରତ କୁମାର ଦାସ, ସୁଦର୍ଶନ ମାଝୀ, ପ୍ରଫୁଲ୍ଲ ମାଝୀ, ପିତାମ୍ବର ଗାହାଣ, ଆକାଶ ଦାସ, ଭଗବାନ ଯେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.