Home ଜିଲ୍ଲା ପରିକ୍ରମା ମଦ୍ରାସା ଫୈଯାନେ ଗରୀବ ନୱାଜ୍ ଆନୁକୂଲ୍ୟରେ ପ୍ରତିଯୋଗିତା ଓ “ଇଜ୍‌ତିମା” ଉଦ୍‌ଯାପିତ

ମଦ୍ରାସା ଫୈଯାନେ ଗରୀବ ନୱାଜ୍ ଆନୁକୂଲ୍ୟରେ ପ୍ରତିଯୋଗିତା ଓ “ଇଜ୍‌ତିମା” ଉଦ୍‌ଯାପିତ

6

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଅବସ୍ଥିତ ମଦ୍ରସା ଫୈଯାନେ ଗରୀବ ନୱାଯ ଆନୁକୂଲ୍ୟରେ ଚିତ୍ରାଙ୍କନ, କୁଇଜ ଓ ଭାଷଣ ପ୍ରତିଯୋଗିତା ଓ ତଦ୍‌ସହିତ ଇସ୍‌ଲାହେ ମୁଆଶରା ଇଜ୍‌ତିମା ଅନୁଷ୍ଠିତ ହୋଇଯାଇଅଛି । ଏହି ଇଜ୍‌ତିମା କାରୀ ଜମିଲ ଅଖତର ସାହେବଙ୍କ କୋରାନ ପାଠରୁ ଆରମ୍ଭ ହୋଇଥିଲା । ଏହି ମଦ୍ରାସାରେ ପ୍ରାୟ ୯୦ ଜଣ ମୁସଲମାନ ଛାତ୍ରଛାତ୍ରୀ ମାଗଣାରେ କୁରଆନ୍ ପାଠ ଅଧ୍ୟୟନ କରୁଛନ୍ତି । ଉକ୍ତ ପ୍ରତିଯୋଗିତା ସିନିୟର ଓ ଜୁନିୟର ଦୁଇଟି ଗୃପରେ ହୋଇଥିଲା । ସିନିୟର ଗୃପ ଚିତ୍ରାଙ୍କନ ପ୍ରତିଯୋଗିତାରେ ମହମ୍ମଦ ଜୁନେଦ ଅନସାରୀ, ପ୍ରଥମ ସ୍ଥାନ, ସେଖ ଅଝାରୁଦ୍ଦିନ, ଦ୍ୱିତୀୟ ସ୍ଥାନ ଓ ସିଫତ୍ କାଦରୀ ତୃତୀୟ ସ୍ଥାନ, ଜୁନିୟର ଗୃପ ଚିତ୍ରାଙ୍କନ ପ୍ରତିଯୋଗତିରେ ସେଖ ଆଲେମିନ, ପ୍ରଥମ ସ୍ଥାନ, ରାବେୟା ନୁର, ଦ୍ୱିତୀୟ ସ୍ଥାନ ଓ ସେଖ ନୁରାନ୍‌, ତୃତୀୟ ସ୍ଥାନ ଅଧିକାର କରିଥିଲେ । ସିନିୟର କୁଇଜ ପ୍ରତିଯୋଗିତରେ ସିଫତ୍ କାଦରୀ, ପ୍ରଥମ ସ୍ଥାନ, ମହମ୍ମଦ ଇମରାନ, ଦ୍ୱିତୀୟ ସ୍ଥାନ ଓ ସୈୟଦ ତହସିନ ଅହେମଦ ଓ ସେଖ ଅସଦ ହୋସେନ ତୃତୀୟ ସ୍ଥାନ ଓ ଜୁନିୟର କୁଇଜ ପ୍ରତିଯୋଗିତାରେ ଉମ୍ମୁଲ ଖୈର ଫାତ୍‌ମା ପ୍ରଥମ ସ୍ଥାନ, ସୈୟଦ ଅହଫାଯ୍ ଅହେମଦ ଦ୍ୱିତୀୟ ସ୍ଥାନ ଓ ନେଦା ଫାତମା ଓ ମହମ୍ମଦ ଯୈଦ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସିନିୟର ଭାଷଣ ପ୍ରତିଯୋଗିତାରେ ସୈୟଦ ତହସିନ ଅହେମଦ ପ୍ରଥମ ସ୍ଥାନ, ମହମ୍ମଦ ସାଦ ରଯା ଦ୍ୱିତୀୟ ସ୍ଥାନ ଓ ସିଫତ୍ କାଦରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ଜୁନିୟର ଭାଷଣ ପ୍ରତିଯୋଗିତାରେ ମହମ୍ମଦ ସେଖ ମହସିନ ରଯା ପ୍ରଥମ ସ୍ଥାନ, ସୈୟଦ ଅହଫାଯ ଅହେମଦ ଦ୍ୱିତୀୟ ସ୍ଥାନ ଓ ମରୟମ୍ ଫାତ୍‌ମା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୬୦ ଜଣ ପ୍ରତିଯୋଗ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କୁ ମେଡେଲ ଦିଆଯିବା ସହିତ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ହଯରତ୍ ମୌଲାନା, ମୁଫତି ସୁଲତାନ ରଯାଙ୍କ ଦ୍ୱାରା ଉପହାରମାନ ଦିଆଯାଇଥିଲା । ଏହି ଇଜତିମାରେ ମଦ୍ରାସାର ଶିକ୍ଷକ କାରୀ ୱଲିଉର ରହେମାନ ଓ ମଦ୍ରାସାର ସଭାପତି ସେକ ଗୋଲାମ ମହମ୍ମଦଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଇଜତିମାରେ ସଂଚାଳକ ଭାବେ ଜନାବ ଅବଦୁଲ ବାରୀ ସାହେବ ଦାୟିତ୍ୱ ତୁଲାଇଥିଲେ । ଏହି ଇଜତିମାରେ ସମସ୍ତ ଛାତ୍ରଛାତ୍ରୀଙ୍କ ପିତାମାତା, ଅଭିଭାବକ ଓ ଅନ୍ୟ ଶ୍ରୋତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ମୁଖ୍ୟ ଅତିଥି ଜନାବ ସୁଲତାନ ରଯା ସାହେବ ଇସଲାମ ଧର୍ମର ନୀତିବାଣୀ, ପିତାମାତାଙ୍କର ଦାୟିତ୍ୱ ଉପରେ ଟିପ୍‌ପଣୀ ଦେଇଥିଲେ । ଏହି ଇଜତିମାରେ ଅବଦୁଲ ରହିମ, ସେଖ ଆଶିକ, ଇସତିଆକ୍ ଖାନ, ସେଖ ସାହିଦ ରଫିକ, ମିର୍ଜା ଏଜାଜ ବେଗ, ଖେ ସାହାଜାନ, ଆବିଦ ଖାନ ଓ ଅନ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.