Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ବଜାରରେ ଜଳ ନିଷ୍କାସନକୁ ନେଇ ବଢୁଛି ଅଡୁଆ, ସରକାରୀ ଜମିରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ...

ଦୋସିଙ୍ଗା ବଜାରରେ ଜଳ ନିଷ୍କାସନକୁ ନେଇ ବଢୁଛି ଅଡୁଆ, ସରକାରୀ ଜମିରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ ଦାବୀ, ୪୫ଲକ୍ଷ ଟଙ୍କା ଅନୁଦାନ ଫେରିଯିବା ନେଇ ଆଶଙ୍କା

7

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏସିଆର ବୃହତମ ବନ୍ଦର ଧାମରାରେ ଅବସ୍ଥିତ ହୋଇଥିବା ବେଳେ ଏହାର ଚର୍ତୁପାଶ୍ୱ ଦିନକୁ ଦିନ ଅବରୋଧ ହେବାରେ ଲାଗିଛି । ଏହାର ଚର୍ତୁପାଶ୍ୱକୁ ଅବରୋଧ ମୁକ୍ତ କରିବା ପାଇଁ ଅଂଚଳବାସୀ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କେବଳ ପାତର ଅନ୍ତର ନୀତିକୁ ଆପଣାଇବାରୁ ସରକାରୀ ଜମିକୁ ସଂପୂର୍ଣ ଅବରୋଧ ମୁକ୍ତ କରାଯାଇ ପାରୁନାହିଁ । ଗତ ଜୁନ ମାସରେ ଦୋସିଙ୍ଗା ବଜାରରେ ୪୬ଜଣ ଅବରୋଧକାରୀଙ୍କୁ ସରକାରୀ ଜମିରୁ ହଟାଯାଇଥିବା ବେଳେ ମଧ୍ୟ ଏହି ସ୍ଥାନକୁ ସଂପୂର୍ଣ ଅବରୋଧ ମୁକ୍ତ କରାଯାଇ ପାରି ନଥିଲା । ୪୬ଜଣ ଅବରୋଧକାରୀ ଙ୍କୁ ବିଗତ ଦିନରେ ନୋଟିସ ଜାରୀ କରାଯିବା ପରେ ସେମାନେ ମଧ୍ୟ ଆଉ କିଛି ଦିନ ସମୟ ମହଲତ ମାଗିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ମହଲତ ଦେଇ ନଥିଲେ । ଅନ୍ୟ ପକ୍ଷରେ ଚାନ୍ଦବାଲି ତହସିଲ ପ୍ରଶାସନ ଦୋସିଙ୍ଗା ବଜାରରେ ଥିବା ସମସ୍ତ ସରକାରୀ ସ୍ଥାନକୁ ଠିକ ଭାବେ ମପାଚୁପ ନକରି ଜବରଦଖଲ ଉଚ୍ଛେଦ କରି ଦେଇଥିଲେ । ମାତ୍ର ପୁନଶ୍ଚ ବର୍ଷା ଦିନରେ ଏହି ବଜାରରୁ ନିର୍ଗତ ପାଣି କେଉଁ ବାଟ ଦେଇ ନିର୍ଗତ ହୋଇ ନପାରି ଜଳାଶ୍ରୟ ଭ୍ରମ ସୃଷ୍ଟି କରିଥିଲା ।

ଏହାକୁ ଦୃଷ୍ଟିରେ ରଖି ଦୋସିଙ୍ଗା ଅଂଚଳବାସୀ ଏହି ପାଣି ନିଷ୍କାସନ ପାଇଁ ଏକ ଡ୍ରେନର ଆବଶ୍ୟକତା ଅଛି ଏବଂ ଏହି ଡ୍ରେନ ନିର୍ମଣ ପାଇଁ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ । ଧାମରା ବନ୍ଦର କର୍ତୁପକ୍ଷ ଏହି ଡ୍ରେନ ନିର୍ମାଣ ପାଇଁ ୪୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମଧ୍ୟ ଏକ ଠିକାଦାରକୁ ଦେବା ପରେ ବିବାଦ ଉପୁଜିଛି । କେଉଁ ପରିସ୍ଥିତିରେ ଏହି ବଜାର ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଠିକ ଭାବେ ମାପଚୁପ ନକରି ଚାନ୍ଦବାଲି ତହସିଲ ପ୍ରଶାସନ କେବଳ କିଛି ଜମିକୁ ଅବରୋଧ ମୁକ୍ତ କରି ଦେଇଥିଲେ । ଧାମରା ବନ୍ଦର କର୍ତୁପକ୍ଷ ୪୫ଲକ୍ଷ ଟଙ୍କା ଅନୁଦାନ ଦେବାପରେ ଦୋସିଙ୍ଗା ଅଂଚଳବାସୀ ପୁନଶ୍ଚ ବେସରକାରୀ ଅମିନ ଆଣି ସରକାରୀ ଜମିକୁ ମାପଚୁପ କରିବାସହ ନିର୍ମାଣଧୀନ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଶ୍ୱର୍ରୁ ୨ ପାଶ୍ୱର୍କୁ ୧୫ଫୁଟ କରି ୩୦ଫୁଟ ର ସରକାରୀ ଜମି ରହିଛି ବୋଲି ବେସରକାରୀ ଭାବେ ଜାଣିବାକୁ ପାଇଥିଲେ । ପରେ ଅଂଚଳବାସୀ ଏହି ସମସ୍ତ ଜବର ଦଖଲକାରୀଙ୍କୁ ହଟାଇବାକୁ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବୀ ରଖିଛନ୍ତି । ତୁରନ୍ତ ଏହି ଜବରଦଖଲକାରୀଙ୍କୁ ହଟାଯାଇ ପାରିଲେ ଆଗାମୀ ଦିନରେ ବର୍ଷା ପାଣି ନିଷ୍କାସନ ହୋଇ ପାରିବ ବୋଲି ଅଂଚଳବାସୀ ଦାବୀ ରଖିଛନ୍ତି । ଅନ୍ୟ ପକ୍ଷରେ ୪୫ଜଣ ଅବରୋଧକାରୀଙ୍କୁ ଏହି ସରକାରୀ ଜମିରୁ ଉଚ୍ଛେଦ କରାଯାଇଥିବା ବେଳେ କାହିଁକି ଅନ୍ୟ ଅବରୋଧକାରୀ ମାନଙ୍କୁ ସରକାରୀ ଜମିରୁ ହଟା ନଯିବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଏହି ଅବରୋଧକାରୀଙ୍କୁ ହଟା ନଗଲେ ଧାମରା ବନ୍ଦର ଡ୍ରେନେଜ ପାଇଁ ଦେଇଥିବା ଅନୁଦାନ ରାଶି ଫେରାଇ ନେବେ ବୋଲି କହିଲେଣି ,ତୁରନ୍ତ ଅଂଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅବରୋଧକାରୀଙ୍କୁ ହଟାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.