Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

19

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଧାମନଗର ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୮୧ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥି ମଧ୍ୟରେ ୬୯ଟି ବ୍ୟକ୍ତିଗତ ଓ ୧୨ଟି ସାମୂହିକ ସମସ୍ୟା ସମ୍ବଳିତ ଥିଲା । ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସନ୍ତାଷ କୁମାର ପାତ୍ର, ଧାମନଗର ଏନ୍‌.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ତହସିଲଦାର ଦୀପକ କୁମାର ଦାସ, ବି.ଡ଼ି.ଓ. ବନବିହାରୀ ଦିଣ୍ଡା ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୩ଜଣ ଆବେଦନକାରୀଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ପଧାନୀ ଗ୍ରାମ ପଞ୍ଚାୟତର କଣ୍ଟିଦୋଳ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଯକୃତ ଚିକିତ୍ସା ପାଇଁ ୧୦ ହଜାର, ଫଳପୁର ର ବିଧବା ଅସହାୟା ମହିଳାଙ୍କୁ ୧୫ ହଜାର, ଧାମନଗରର ଦିବ୍ୟାଙ୍ଗ ଶଙ୍କର ବେହେରାଙ୍କୁ ୫ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିବିରରେ ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ସବୁ ସମାଧାନ ପାଇଁ ଉପସ୍ଥିତ ସଂପୃକ୍ତ ଜିଲ୍ଲା ଓ ଉକ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.