Home ଜିଲ୍ଲା ପରିକ୍ରମା ସାଳନ୍ଦୀ ସାହିତ୍ୟ ସଙ୍ଗମ ୨୦୨୪ ଉଦ୍‌ଯାପିତ

ସାଳନ୍ଦୀ ସାହିତ୍ୟ ସଙ୍ଗମ ୨୦୨୪ ଉଦ୍‌ଯାପିତ

31

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ୍ ହଲ୍‌ରେ ୨୭ ଓ ୨୮ ଦୁଇଦିନ ବ୍ୟାପି ଚାଲିଥିବା ସାହିତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ ୨୦୨୪’ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି (୨ୟ ଦିବସ) ସଭା ଆରମ୍ଭ ହୋଇଥିଲା ଗୁରୁ ପୁଷ୍ପମିତ୍ରା ବେହେରାଙ୍କ ନିର୍ଦ୍ଦେଶନାରେ ସାଇ ନୃତ୍ୟ ଏକାଡେମୀର ନର୍ତ୍ତକୀମାନଙ୍କର ଶାସ୍ତ୍ରୀୟ ନୃତ୍ୟରୁ ଏବଂ ପରେ ନଡ଼ିଆ ଭାଙ୍ଗି ସଭାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥଲେ ଅନୁଷ୍ଠାନର ଦିଗ୍ଦର୍ଶକ ଡ. ରାଧାବିନୋଦ ନାୟକ । ସାହିତ୍ୟିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ସଂଯୋଜନାରେ ଅଲୋଚ୍ୟ ପ୍ରସଙ୍ଗ ‘କହେ ଗିରିବାଳା, ସହେ କଇଳାଶ’ ଶୀର୍ଷକରେ ପ୍ରଫେସର କଇଳାଶ ପଟ୍ଟନାୟକ ଓ ଗିରିବାଳା ମହାନ୍ତି ତାଙ୍କ ଜୀବନୀ ଓ ସାହିତ୍ୟ ସର୍ଜନାରେ ପତିପତ୍ନୀଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରେମପୃଥିବୀର ସମ୍ପାଦକ କୈଳାସ ପଣ୍ଡା ସମ୍ବର୍ଦ୍ଧନା ଦେଇଥିଲେ । ଶକ୍ତି ମହାନ୍ତିଙ୍କ ସଂଯୋଜନାରେ ଆଲୋଚିତ ପ୍ରସଙ୍ଗ ‘ନାରୀବାଦରେ ପୁରୁଷ’ ଉପରେ ଆଲୋଚନା କରିଥିଲେ ଆଶିଷ କୁମାର ଗଡ଼ନାୟକ, ମୌସୁମୀ ଦାସ, ସ୍ୱାଗତିକା ମିଶ୍ର, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଆଦି କବିଗଣ । ଏଇ ଆଲୋଚନାରେ ନାରୀ ଓ ପୁରୁଷର ସ୍ୱାଧୀନତା ତଥା ନାରୀବାଦ ଉପରେ ଆଲୋଚନା ହୋଇଥିଲା ଏବଂ ଗୀତିକାର ପଞ୍ଚାନନ ନାୟକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବରିଷ୍ଠ ଗାଳ୍ପିକ ତଥା ବଂଶୀବାଦକ ପ୍ରକାଶ ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ ସରୋଜ ବଳ । ଶ୍ରୀଯୁକ୍ତ ମହାପାତ୍ରଙ୍କ ସୁମଧୁର ବଂଶୀ ଧ୍ୱନିରେ ହଜିଯାଇଥିଲେ ଦର୍ଶକ ଏବଂ ବିମୋହିତ ହୋଇଥିଲେ ତାଙ୍କ କଥା ଶୁଣି । ପ୍ରକାଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ବିରଷ୍ଠ କଥାଶିଳ୍ପୀ ଡ. ଶୈଳେନ୍ଦ୍ର ମହାପାତ୍ର । ବିଜୟ ମଲ୍ଲଙ୍କ ସଂଚାଳନାରେ ‘କିଛି କଥା କିଛି କବିତା’ କାର୍ଯ୍ୟକ୍ରମରେ କବିତା ପାଠ ସହିତ କମଳ କୁମାର ମହାନ୍ତି, ସେନାପତି ପ୍ରଦ୍ୟୁମ୍ନ କେଶରୀ, ସଞ୍ଜୟ ଭଟ୍ଟ, ସୁରେଶ ନାୟକ, ଶ୍ରୀ ଗୋବିନ୍ଦ, ତପନ ମହାପାତ୍ର, ସ୍ୱରୂପ ନାୟକ, ସୁବ୍ରତ ଦାସ, ପ୍ରଦୀପ୍ତ ମହାନ୍ତି, ସଂଗ୍ରାମ କେଶରୀ ସେନାପତି, ଅଙ୍ଗୁରବାଳା ପରିଡ଼ା ଆଦି ଗପ ଓ କବିତା ସମ୍ପର୍କରେ ନିଜସ୍ୱ ଅଭିବ୍ୟକ୍ତି ବାଢ଼ିଥିଲେ ।

୨ୟ ଅଧିବେସନରେ ମଞ୍ଚ ସଂଚାଳନ କରିଥିଲେ କିଶୋର ପାଣିଗ୍ରାହୀ । ଟାଇମ୍ପାସ୍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ସତ୍ୟରଂଜନ ପ୍ରହରାଜଙ୍କ ୨ୟ କବିତାବହି ‘ଅପ୍ରେମ ଯେତେକ’ ଉନ୍ମୋଚିତ ହୋଇଥିଲା । ଗାଳ୍ପିକ ଅମିତାଭ ଖିଲାରାଙ୍କ ସଂଚାଳନାରେ ‘ସାହିତ୍ୟ ଓ ରାଜନୀତି’ ପ୍ରସଙ୍ଗରେ ରାଜନୀତି ତଥା ସମାଜସେବା କ୍ଷେତ୍ରରେ ସକ୍ରିୟ ଥିବା ପଞ୍ଚାନନ ନାୟକ, ଡ. ରାଧାରାଣୀ ମହାପାତ୍ର, ଗୌତମବୁଦ୍ଧ ଦାସ, ଶକ୍ତି ମହାନ୍ତି ଆଦିଙ୍କ ସହିତ ଆଲୋଚନା କରିଥିଲେ । ଦ୍ୱିପନ୍ୱୀତ ଦାଶମହାପାତ୍ରଙ୍କ ଅଭିନୀତ ଲୋକପ୍ରିୟ କ୍ଷୁଦ୍ର ଚଳଚ୍ଚିତ୍ର ‘ବ୍ୟାସେ ଶୁଣୁଛ!’ ଓ ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ବାଲ୍ମିକୀ’ ପ୍ରଦର୍ଶିତ ହୋଇଥିଲା । ଅଭିନେତା ଶୋଭନ ସାମଲ, କାହାଣୀକାର ତଥା ସିନେମାଟୋଗ୍ରାଫର ବିଶ୍ୱଜିତ କୁଲଡି, ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମଙ୍କୁ ସମର୍ଦ୍ଧିତ କରିଥିଲେ ଜଣାଶୁଣା ଓଡ଼ିଆ ଅଭିନେତା ତଥା ନିର୍ଦ୍ଦେଶକ ଶକ୍ତି ବରାଳ । ଉଚ୍ଚାରଣ କାର୍ଯ୍ୟକ୍ରମରେ କବିତାପାଠ କରିଥିଲେ ମନିଷା ବିଶ୍ୱାଳ, ପ୍ରତିଭା ଖିଲାର, ବିଚିତ୍ରାନନ୍ଦ ଜେନା, ଗୌରୀ ସାହୁ, ସଂଜୟ ପଣ୍ଡା, ପତିତପାବନ ପାଣି, ପ୍ରଦୀପ ବନ୍ଧ, ସତ୍ୟବ୍ରତ ସେଠୀ, ସୌମ୍ୟଶ୍ରୀ ପାଣିଗ୍ରାହୀ, ଅନ୍ତର୍ଯାମୀ ମହାରଣା, ଆଶିଷ କୁମାର ମିଶ୍ର ଆଦି ୧୧ ଜଣ ନୂଆ ପିଢ଼ୀର କବିମାନେ ଏବଂ ଏହି କବିତାଗୁଡ଼ିକୁ ସମୀକ୍ଷା କରିଥିଲେ ଅଧ୍ୟାପିକା ଡ. ମମତା ସାହୁ । ଅରୁଣ ଖିଲାର, ଡ. ପ୍ରଭାତ ନଳିନୀ ମହାପାତ୍ର, ଝରଣା ପଟ୍ଟନାୟକ ପ୍ରମୁଖ କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ପବିତ୍ର ପାଣିଗ୍ରାହୀଙ୍କ ସଂଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଟାଇମ୍ପାସ୍‌ର ନିର୍ଦ୍ଦେଶକ ସରୋଜ ବଳ ଶେଷ ସ୍ପର୍ଶ ଦେଇଥିଲେ । ଏହି ଅବସରରେ ସାଳନ୍ଦୀ ସାହିତ୍ୟ ସଙ୍ଗମର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ଏବଂ ସାହିତ୍ୟ ସଖା ସମ୍ମାନରେ ସମ୍ମାନିତ କରାଯାଇଥିଲା ରତିକାନ୍ତ ରାଉତଙ୍କୁ । ଡ. ବିକାଶ ନାରାୟଣ ନନ୍ଦ, ଅଧ୍ୟାପକ ସତ୍ୟଜିତ ମିଶ୍ର, ପ୍ରୀତିପଦ୍ମା ଦାସ, କିସାନ ପ୍ରଧାନ, ସୂର୍ଯ୍ୟନାରାୟଣ ମାଝୀ, ଜ୍ୟୋତିଶ୍ରୀ ରାଉତ, ହିରଣ୍ୟବତି ସାହୁ, ସୁମିତାଲି ସାମଲ, ଅଜୟ କୁମାର ନାୟକ, ଦକ୍ଷିଣ ହାଁସଦା ଆଦି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.