Home ଜିଲ୍ଲା ପରିକ୍ରମା ସ୍କୁଲରେ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୁଏ, ୪ର୍ଥ ପର୍ଯ୍ୟାୟରେ ଜିଲ୍ଲାର ୬୦ଟି ୫-ଟି ରୁପାନ୍ତରିତ...

ସ୍କୁଲରେ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୁଏ, ୪ର୍ଥ ପର୍ଯ୍ୟାୟରେ ଜିଲ୍ଲାର ୬୦ଟି ୫-ଟି ରୁପାନ୍ତରିତ ହାଇସ୍କୁଲର ଲୋକାର୍ପଣ, ବନ୍ତ ବ୍ଲକ୍‌ର ଛୟାଳସିଂହ ହାଇସ୍କୁଲରେ ଉଦ୍‌ଘାଟନୀ ଉତ୍ସବ

24

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଅନନ୍ୟ ଯୋଜନା ୫-ଟିରେ ରୂପାନ୍ତରିକରଣ ହାଇସ୍କୁଲ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାପାଇଁ ରୂପାନ୍ତରିତ ୬୦ଟି ହାଇସ୍କୁଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଉପଲକ୍ଷେ ଭଦ୍ରକ ଜିଲ୍ଲାପାଇଁ ବନ୍ତ ବ୍ଲକ୍‌ର ଛୟାଳସିଂହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗେଶ୍ୱର ସିଂହ ହାଇସ୍କୁଲ, ଛୟାଳସିଂରେ ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼ଃ.ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଯେନା, ଉକ୍ତ ବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ପରିଡ଼ା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସ୍କୁଲରେ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୁଏ । ପ୍ରଗତି କ୍ଷେତ୍ରରେ ଶିକ୍ଷା ମୁଖ୍ୟ ଭୂମିକା ନେଇଥାଏ ବୋଲି ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ସାମଲ ଏହି କାର୍ଯ୍ୟକ୍ରମରେ ରୂପାନ୍ତରିତ ଜରିଆରେ ସମଗ୍ର ରାଜ୍ୟର ବିକାଶ ଆଗେଇ ଚାଲିଛି ବୋଲି ପ୍ରକାଶ କରିଥିଲେ ।

ଛାତ୍ରୀ ବର୍ଷାରାଣୀ ମୁଖ୍ୟମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପରେ ରୂପାନ୍ତରିତ ସ୍କୁଲ କୌଣସି ଗୁଣରେ ପ୍ରାଇଭେଟ୍ ସ୍କୁଲ ଠାରୁ କମ୍ ନୁହେଁ ବୋଲି ପ୍ରକାଶ କରି ବଡ଼ ହେଲେ ସାଇବର ସିକ୍ୟୁରିଟ୍ ଅଧିକାରୀ ହେବେ ବୋଲି ଜଣାଇଥିଲେ । ସୂଚନା ଯୋଗ୍ୟ କି ଭଦ୍ରକ ଜିଲ୍ଲା ପାଇଁ ୫ଟି ଆଧାରରେ ରୂପାନ୍ତରିତ ହାଇସ୍କୁଲ ୧ମ ପର୍ଯ୍ୟାୟରେ ୧୭ଟି, ୨ୟ ପର୍ଯ୍ୟାୟରେ ୮୦ଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୨୪ଟିର ଲୋକାର୍ପଣ କରାଯାଇଥିଲା । ୪ର୍ଥ ପର୍ଯ୍ୟାୟ ସମେତ ଜିଲ୍ଲାରେ ସମୁଦାୟ ୨୮୧ ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ସମାପ୍ତ ହେଲା । ୪ର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ୬୦ଟି ସ୍କୁଲ ମଧ୍ୟରେ ବାସୁଦେବପୁର ବ୍ଲକ୍‌ର ୧୨ଟି, ଭଦ୍ରକ ବ୍ଲକ୍‌ର ୧୧ଟି, ଭଣ୍ଡାରିପୋଖରୀର ୬ଟି, ବନ୍ତର ୯ଟି, ଚାନ୍ଦବାଲିର ୮ଟି, ଧାମନଗର ୭ଟି, ତିହିଡ଼ିର ୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ଡ଼ି.ଇ.ଓ. ଅକ୍ରୁର ବାରିକ୍‌, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ବନ୍ତ ବି.ଡ଼ି.ଓ. ପ୍ରଦୀପ କୁମାର ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼ାଇ, ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ଦୁଇ ଏ.ଡ଼ି.ଇ.ଓ. ଦୀପକ କୁମାର ପାଢ଼ୀ ଏବଂ ମାୟାଧର ପାଢ଼ୀ, ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଏହି ଲୋକର୍ପଣ କାର୍ଯ୍ୟରେ ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟାଳୟର ଡ଼ି.ଜି.ଏମ୍‌. ବିଜୟାନନ୍ଦ କର ଆଭାଷୀ ଜରିଆରେ ହୋଇଥିବା ଏହି ଲୋକର୍ପଣ କାର୍ଯ୍ୟକ୍ରମ ପାଇଁ ବୈଷୟିକଗତ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ସୂଚନାଯୋଗ୍ୟକି ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ୩୮୩ଟି ସ୍କୁଲର ଲୋକର୍ପଣ କରାଯାଇଥିଲା । ୫-ଟିରେ ରୂପାନ୍ତରିତ ହେବାକୁ ଥିବା ଜିଲ୍ଲାର ସମୁଦାୟ ୩୦୨ ହାଇସ୍କୁଲରୁ ୨୮୧ଟିର ରୂପାନ୍ତରିତ ସମାପ୍ତ ହେଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.