Home ଜିଲ୍ଲା ପରିକ୍ରମା ଭଦ୍ରାୟଣୀ ଜିଲ୍ଲା ମହୋତ୍ସବରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ଷ୍ଟଲ୍ ଉଦ୍‌ଘାଟିତ୍

ଭଦ୍ରାୟଣୀ ଜିଲ୍ଲା ମହୋତ୍ସବରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ଷ୍ଟଲ୍ ଉଦ୍‌ଘାଟିତ୍

7

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେହେରୁ ଷ୍ଟାଡ଼ିୟମ୍‌, ଭଦ୍ରକରେ ଭଦ୍ରାୟଣୀ ଜିଲ୍ଲା ମହୋତ୍ସବ ୨୦୨୪ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କରାଯାଇଥିବା ଷ୍ଟଲ ଯାହାକି ସାଧାରଣ ଲୋକମାନଙ୍କୁ ଆଇନଗତ ସଚେତନତା ପାଇଁ ଉଦ୍ଦିଷ୍ଟ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲେ । ଏହି ଉଦ୍‌ଘାଟନି ଉତ୍ସବରେ ଜିଲ୍ଲା ଜଜ୍‌କୋର୍ଟର ସମସ୍ତ ବିଚାରପତି ବୃନ୍ଦ ଯୋଗ ଦେଇଥିଲେ । ଏହି ଷ୍ଟଲ ମାଧ୍ୟମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟ ଏବଂ ମୁଖ୍ୟ ଲକ୍ଷ୍ୟ ସମ୍ବନ୍ଧରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରାଯାଇ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଜିଠାରୁ ୫ ଦିନ ବ୍ୟାପି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କୁହାଯାଇଥିଲା । ନେହା ଅଗ୍ରୱାଲ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଏହି ସଚେତନତା ଷ୍ଟଲକୁ ପରିଚାଳନା କରିଥିଲେ । ପ୍ୟାନେଲ ଓକିଲ, ପାରା ଲିଗାଲ ସ୍ୱେଚ୍ଛାସେବୀ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମସ୍ତ କର୍ମଚାରୀ ଏବଂ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କର୍ମଚାରୀ ଗଣ ଯୋଗଦେଇ ଉଦ୍‌ଘାଟନି ଉତ୍ସବକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.