Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍‌ଯାପିତ

58

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାର ଉଦ୍‌ଘାଟକ ରୂପେ ରାଷ୍ଟ୍ରପତି ସମ୍ମାନିତ ବିଖ୍ୟାତ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଯୋଗଦାନ କରି ଓଡ଼ିଆ ଜାତି, ଓଡ଼ିଆ ଭାଷା ଓ ମହାପ୍ରଭୁ ଜଗନ୍ନାଥ ପରସ୍ପର ଅଙ୍ଗାଙ୍ଗିଭାବେ ଜଡ଼ିତ । ବିଶ୍ୱ ବକ୍ଷରେ କେବଳ ଏକମାତ୍ର ଓଡ଼ିଆ ଜାତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଭୟ ବାହୁ ଛାୟାତଳେ ନିଜର ସାମଗ୍ରୀକ ଜୀବନର ବିକାଶ ଘଟାଇଅଛି । ସୁତରାଂ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଆ ଜାତିର ପ୍ରକୃଷ୍ଟ ପରିଚୟ । ମୁଖ୍ୟ ଅତିଥି ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ଼ଃ ଗୋଲକ ବିହାରୀ ସାହୁ ଜାତୀୟ ଚେତନାର ବିକାଶରେ ଭାଷା ଓ ଆଧ୍ୟାତ୍ମିକତା ଅପରିହାର୍ଯ୍ୟ ଉପସ୍ଥିତି ରହିଥାଏ ବୋଲି ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗାଦନ କରି ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ଓଡ଼ିଆ ଭାଷାର ମହିମାଗାନ କରିବା ସଂଗେ ସଂଗେ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଡ଼. କୃପାସିନ୍ଧୁ ନାୟକ, ସମ୍ମାନୀତ ବକ୍ତା ଡ଼. ପ୍ରମୋଦ କୁମାର ନାୟକ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଶ୍ରୀ ଜଗନ୍ନାଥ ଚେତନାର ସଂପାଦକ ଶରତ କୁମାର ସାହୁ, ସମାଜସେବୀ ବସୁମିତ୍ରା ସାହୁ, ମଞ୍ଜୁଲତା ମହାପାତ୍ର, ଗୌରାଙ୍ଗ ଦାସ ଓ ରଘୁନାଥ ନାୟକ ପ୍ରଭୃତି ଯୋଗଦାନ କରିଥିବା ବେଳେ ଅକ୍ଷୟ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ଓ ନୋଡ଼ାଲ ଅଫିସର ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ଞାନଦେବ ଦାଶ ବେଦପାଠ କରିଥିବା ବେଳେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ କୃତିପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ବିତରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.