Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ଉଦ୍‌ଘାଟିତ ହେଲା ଇଭିଏମ୍ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର

ଜିଲ୍ଲା କାର୍ଯ୍ୟାଳୟରେ ଉଦ୍‌ଘାଟିତ ହେଲା ଇଭିଏମ୍ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର

40

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତଦାନ ସମୟରେ ଇ.ଭି.ଏମ୍‌. ଓ ଭିଭିପାଟ ଯନ୍ତ୍ରର ବ୍ୟବହାର ସମ୍ବନ୍ଧରେ ଭୋଟରମାନଙ୍କୁ ଅବଗତ କରାଯିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ୍ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଫିତାକାଟି ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି ବିଶେଷ କରି ନୂତନ ଓ ଅନଭିଜ୍ଞ ଭୋଟରମାନଙ୍କୁ ଏହି ଶିକ୍ଷା ଇଭିଏମ୍ ଓ ଭିଭିପାଟର ବ୍ୟବହାର କ୍ଷେତ୍ରରେ ଖୁବ୍ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ, ସ୍ୱତନ୍ତ୍ର ଭୂଅର୍ଜ୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟକି ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଏହି କେନ୍ଦ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ । ଏହି ଦୁଇ ଯନ୍ତ୍ରର ବ୍ୟବହାର ଓ ଉପାଦେୟତା ସମ୍ବନ୍ଧରେ ଶିକ୍ଷା ଦେବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ ଜଣଙ୍କୁ ନିୟୋଜିତ କରାଯାଇଛି । ଇଭିଏମ୍‌ରେ ମତଦାନ ପରେ ଭଭିପାଟ ଜରିଆରେ ଭୋଟର ମାନେ କିପରି ନିଜ ମତଦାନ କୁ ଯାଞ୍ଚ କରିପାରିବେ ସେ ସମ୍ପର୍କରେ ଏଠାରେ ଭୋଟର ମାନେ ଅଭିଜ୍ଞତା ହାସଲ କରିପାରିବେ । ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ରହିବା ନେଇ ସୂଚନା ଦିଆଯାଇଛି । ପ୍ରକାଶ ଥାଉ କି ଭୋଟର ମାନଙ୍କୁ ସଚେତନତା କରାଯିବା ଉଦ୍ଦେଶ୍ୟରେ ଭ୍ରାମ୍ୟମାଣ ଇଭିଏମ୍ ଓ ଭିଭିପାଟ ଭ୍ୟାନ ଜରିଆରେ ଗ୍ରାମାଞ୍ଚଳରେ ପରିକ୍ରମା କରି ପ୍ରତ୍ୟେକ ବୁଥ ଓ ଗ୍ରାମମାନଙ୍କ ପ୍ରଦର୍ଶନ କରାଯାଇ ଶିକ୍ଷା ଦିଆଯାଉଛି । ଏହି କାର୍ଯ୍ୟ ମଧ୍ୟ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବିଭାଗୀୟ କର୍ମଚାରୀ କୃଷ୍ଣଚନ୍ଦ୍ର ରାଉତ, ଆବୁଫୈଜ ପ୍ରମୁଖ ଏହି ଉଦ୍‌ଘାଟନ ଉତ୍ସବ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.